ଶାହୀନ ବାଗ ପ୍ରସଙ୍ଗରେ ମଧ୍ୟସ୍ଥି ନିଯୁକ୍ତ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ଶାହୀନ ବାଗରେ ଚାଲିଥିବା ଆନ୍ଦୋଳନ ବିରୋଧରେ ହୋଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି। ଆଜି ଶୁଣାଣି ବେଳେ ଜଷ୍ଟିସ ସଞ୍ଜୟ କିଷନ ଓ ଜଷ୍ଟିସ କେଏମ ଯୋଜେଫ କହିଛନ୍ତି, “ଆପଣମାନେ ଆନ୍ଦୋଳନ କରିପାରିବେ। ଏହା ଆପଣମାନଙ୍କର ଅଧିକାର। କିନ୍ତୁ ଆନ୍ଦୋଳନ ଆଳରେ ରାସ୍ତା ବନ୍ଦ କରନ୍ତୁ ନାହିଁ। ଏହା ଦ୍ୱାରା ବିଶୃଙ୍ଖଳା ସୃଷ୍ଟି ହେବ। ଆଜି ଆପଣମାନେ ଆନ୍ଦୋଳନ କରୁଛନ୍ତି, ଆସନ୍ତାକାଲି ଆଉ କିଏ ଆନ୍ଦୋଳନ କରିବ।” ଏହାପରେ ଶାହୀନ ବାଗ ଆନ୍ଦୋଳନ ପାଇଁ ସୁପ୍ରିମକୋର୍ଟ ମଧ୍ୟସ୍ଥିଙ୍କୁ ନିଯୁକ୍ତ କରିଛନ୍ତି।
ଶାହୀନ ବାଗ ଆନ୍ଦୋଳନକାରୀଙ୍କ ସହ କଥା ହେବା ପାଇଁ ସର୍ବୋଚ୍ଚ ଅଦାଲତ ଜଣେ ମଧ୍ୟସ୍ଥି ନିଯୁକ୍ତ କରିଛନ୍ତି। ସୁପ୍ରିମ କୋର୍ଟ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ ଓ ଶ୍ରଦ୍ଧା ରାମଚନ୍ଦ୍ରନଙ୍କୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେିଛନ୍ତି। ପ୍ରଥମେ କୋର୍ଟ ଆଇନଜୀବୀ ସଞ୍ଜୟ ହେଗଡେଙ୍କୁ ମଧ୍ୟସ୍ଥି ଘୋଷଣା କରିବା ପରେ ସେ ଅପିଲ କରି କହିଥିଲେ ଯେ ତାଙ୍କ ସହ ଅବସରପ୍ରାପ୍ତ ଜଷ୍ଟିସ କୁରିୟନ ଜୋସେଫଙ୍କୁ ମଧ୍ୟ ପଠାଯାଉ। ମାତ୍ର ଅଦାଲତ ଏହାପରେ ବରିଷ୍ଠ ଆଇନଜୀବୀ ଦ୍ଧା ରାମଚନ୍ଦ୍ରନଙ୍କୁ ମଧ୍ୟସ୍ଥି ନିଯୁକ୍ତ କରିଥିଲେ।
ସଞ୍ଜୟ ହେଗଡେଙ୍କ ପକ୍ଷରୁ ସଲିସିଟର ଜେନେରାଲ ପୁଲିସ ସୁରକ୍ଷାର ଅପିଲ କରିଥିଲେ। ଏହା ପୂର୍ବରୁ ଫେବ୍ରୁଆରି ୧୦ରେ ଶୁଣାଣି କରି ସୁପ୍ରିମ କୋର୍ଟ କହିଥିଲେ, ଲୋକଙ୍କର ଆନ୍ଦୋଳନ କରିବାର ଅଧିକାର ରହିଛି। ମାତ୍ର, ରାସ୍ତା ଅବରୋଧ କରିବାର ଅଧିକାର ନାହିଁ। ଆନ୍ଦୋଳନ ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ବାଛିବା ଜରୁରୀ ବୋଲି କୋର୍ଟ କହିଥିଲେ।
ଶାହୀନ ବାଗରୁ ଆନ୍ଦୋଳନକୁ ହଟାଇବା ଉଦ୍ଦେଶ୍ୟରେ ଡ.ନନ୍ଦ କିଶୋର ଗର୍ଗ ଏବଂ ଅମିତ ସାହାନୀ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଶାହୀନ ବାଗରେ ଆନ୍ଦୋଳନ ବେଆଇନ ବୋଲି ସେମାନେ ଦର୍ଶାଇଥିଲେ, ଯାହାକୁ ନେଇ ସୁପ୍ରିମ କୋର୍ଟ ଆଜି ଏହି ମାମଲାର ଶୁଣାଣି କରିଛନ୍ତି। ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦୁଇ ମାସ ଧରି ଶାହିନ ବାଗ୍ରେ ଆନ୍ଦୋଳନ ଚାଲି ଆସୁଛି। ଏହା ଫଳରେ ଦିଲ୍ଲୀରେ ରାସ୍ତା ଅବାରୋଧ ସମସ୍ୟା ଉପୁଜିଛି।
Comments are closed.