ଟ୍ରକକୁ ପଛରୁ ଧକ୍କା ଦେଲା ଟ୍ରକ

କେନ୍ଦୁଝର: ଆଜି ସକାଳେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଶିରିଶ ପାଳ ନିକଟ ୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍ରେ ଟ୍ରକକୁ ଧକ୍କା ଦେଇଛି ଟ୍ରକ। ଏହି ଦୁର୍ଘଟଣାରେ ଡ୍ରାଇଭର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଏନ୍ଏଚ୍ ୨୦ ବାଇପାସ୍ର ଡାହାଣ ପାର୍ଶ୍ୱରେ ଏକ ଟ୍ରକ୍ ଖରାପ ହୋଇ ଠିଆ ହୋଇଥିଲା। ଏହି ସମୟରେ ଅନ୍ୟ ଏକ ଟ୍ରକ୍ ଆସି ଉକ୍ତ ଟ୍ରକ୍ ପଛରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଧକ୍କା ଦେଇଥିବା ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ରାସ୍ତାରେ ଠିଆ ହୋଇଥିବା ଟ୍ରକ୍ରେ କେହି ନଥିଲେ। ପୁଲିସ୍ ଓ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଡ୍ରାଇଭରର ମୃତଦେହ ଉଦ୍ଧାର କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟିର ସମ୍ମୁଖ ଭାଗଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
Comments are closed.