Odisha Link
Bridging the Missing Links in Odisha

ଦୁର୍ଘଟଣାରେ ଚିକିତ୍ସିତ ଏବିଡିଓଙ୍କର ମୃତ୍ୟୁ

ନୂଆପଡ଼ା: ସଡ଼କ ଦୁର୍ଘଟଣାରେ ଗୁରୁତର ଥିବା ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ଏବିଡିଓ)ଙ୍କର ଆଜି ସକାଳେ ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟା ବେଳେ ଏବିଡିଓ ରାମବିଳାସ ମଙ୍ଗରାଜ ବଲାଙ୍ଗୀର ଜିଲ୍ଲାର ବେଲପଡ଼ାରୁ ଖଡ଼ିଆଳକୁ ଯାଉଥିବା ବେଳେ ହଠାତ୍ ତାଙ୍କ କାରଟି ଏକ ଗଛରେ ପିଟି ହୋଇ ଦୁର୍ଘଟଣା ହୋଇଥିଲା।ତାଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନା ମୁତାବକ, କାର୍ ଚାଳକର ଆଖି ପତା ଲାଗି ଯାଇଥିବା ଯୋଗୁ ସେ ଏକ ଗଛରେ କାରଟି ପିଟି ହୋଇ ଦୁର୍ଘଟଣା ଘଟିଥିଲା। ଏଥିରେ ଉଭୟେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ କାର୍ ଚାଳକ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଦୁଇ ଗୁରୁତରଙ୍କୁ ନିକଟସ୍ଥ ବଲାଙ୍ଗୀର ଜିଲ୍ଲାର ବଙ୍ଗମୁଣ୍ଡା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ରାମବିଳାସ ମଙ୍ଗରାଜଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ କାର୍ ଚାଳକ ଏବେ ବି ବଙ୍ଗମୁଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି।

Comments are closed.