ଡିବି ନିଆଁରେ ପୋଡ଼ି ହୋଇ ଭାଇ-ଭଉଣୀ ଗୁରୁତର
ମାଲକାନଗିରି : ଡିବିରି ନିଆଁରେ ପୋଡ଼ି ହୋଇ ଭାଇ-ଭଉଣୀ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଗୌଡ଼ଗୁଡ଼ା ଗାଁରେ। ଶୋଇଥିବା ସମୟରେ ଡିବିରି ନିଆଁରେ ପୋଡ଼ି ହୋଇ ଭାଇ-ଭଉଣୀ ଗୁରୁତର ଅଛନ୍ତି। ସେମାନଙ୍କୁ ପ୍ରଥମେ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଥିବା ଭଉଣୀର ବୟସ ୨ ବର୍ଷ ଥିବା ବେଳେ ଭାଇର ବୟସ ୮ ବର୍ଷ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ଆଜି ସକାଳେ ବାପା ମା ଭାଇ-ଭଉଣୀକୁ ଏକ ଘରେ କମ୍ୱଳ ଘୋଡ଼ାଇ ଶୁଆଇ ଦେଇ ଇଟାଭାଟିକୁ କାମ କରିବାକୁ ଯାଇଥିଲେ। ଏହି ସମୟରେ ଡିବିରିର ନିଆଁ କମ୍ୱଳକୁ ଲାଗି ଯାଇଥିଲା। ଘରେ କେହି ନଥିବାରୁ ନିଆଁ ଲାଗିବା ଦେଖି ପାରି ନଥିଲେ। ଶିଶୁଦ୍ୱୟ ନିଆଁରେ ପୋଡ଼ି ହୋଇ ଜଳନ୍ତା ଅବସ୍ଥାରେ ବାହାରକୁ ଆସିବାରୁ ପଡ଼ୋଶୀ ଲୋକେ ଦେଖି ସେମାନଙ୍କୁ ସଙ୍ଗେ ସଙ୍ଗେ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
Comments are closed.