ଡବଲ ମର୍ଡର ମାମଲା: ଭୁବନେଶ୍ବରରେ ଛତିଶଗଡ ପୋଲିସ
![](https://www.odishalink.com/wp-content/uploads/2020/02/Police.jpeg)
ଭୁବନେଶ୍ବର : ଡବଲ ମର୍ଡର ମାମଲାର ଖୋଳତାଡ ପାଇଁ ଭୁବନେଶ୍ବରରେ ଛତିଶଗଡ ପୋଲିସ । ଭୁବନେଶ୍ବର ବିମାନବନ୍ଦର କାର୍ଯ୍ୟାଳୟରେ ତଦନ୍ତ କରୁଛନ୍ତି ଛତିଶଗଡ ପୋଲିସର ଜଣେ ଅଧିକାରୀ। ରାୟଗଡରେ କଳ୍ପନା ଦାସ ଏବଂ ତାଙ୍କ ଝିଅଙ୍କୁ ହତ୍ୟା ମାମଲାରେ ତଦନ୍ତ କରୁଥିବା ଜଣାପଡିଛି। ତେବେ ଡବଲ ମର୍ଡର ମାମଲାରେ ଅନୁପ ସାଏ ଏବଂ ତାଙ୍କ ଡ୍ରାଇଭରଙ୍କୁ ରାୟଗଡ ପୋଲିସ ଗିରଫ କରିଛି । ଆଜି ଅନୁପ ସାଏଙ୍କୁ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ହାଜର କରାଯାଇଛି।
ମୃତ କଳ୍ପନା ଦାସଙ୍କ ଭାଉଜ ରୀନା ଦାସଙ୍କୁ ଆଜି ରାୟଗଡ ଚକ୍ରଧରପୁର ଥାନାରେ ହାଜର ହେବାକୁ ନୋଟିସ ଜାରି କରିଛି ପୋଲିସ। ଆଜି ତାଙ୍କର ବୟାନ ରେକର୍ଡ କରାଯାଇପାରେ। ଅନୁପଙ୍କ ସଂପର୍କୀୟ ତଥା କୁଚିଣ୍ଡା ଅଞ୍ଚଳର ଇନୋଭା ଡ୍ରାଇଭରଙ୍କୁ ଛତିଶଗଡ ପୋଲିସ ଉଠାଇ ନେଇଥିବା ଚର୍ଚ୍ଚା ହେଉଛି। ଏହି ଘଟଣାରେ ଅନୁପ ଏବଂ ତାଙ୍କ ଡ୍ରାଇଭରଙ୍କ ବ୍ୟତୀତ ଆଉ କେଉଁମାନେ ସଂପୃକ୍ତ ସେନେଇ ପୋଲିସ ତନାଘନା ଚଳାଇଛି। ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଉଭୟ ବୋଲେରୋ ଏବଂ ଇନୋଭା ଗାଡିକୁ ଆଜି ଚକ୍ରଧରପୁର ଥାନାରେ ପହଞ୍ଚାଇବାକୁ ଅନୁପଙ୍କ ପୁତୁରାକୁ ନୋଟିସ କରାଯାଇଛି।
Comments are closed.