ବିଧାନସଭା: ଭାଷା ପାଇଁ ହୋହାଲ୍ଲା

ଭୁବନେଶ୍ୱର: ରାଜ୍ୟର ମାତୃଭାଷା ଓଡ଼ିଆକୁ ନେଇ ବିଧାନସଭାରେ ହୋହାଲ୍ଲା। ଓଡ଼ିଆ ଭାଷାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବେହଳା ନେଇ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀ ପତି। ଓଡ଼ିଆ ଭାଷା ପାଇଁ କେନ୍ଦ୍ର ଅନୁଦାନ ନମିଳିବା ନେଇ କଂଗ୍ରେସ ବିଧାୟକ ତାରାବାହିନୀ ପତି କ୍ଷୋଭ ପ୍ରକାଶ କରିଥିଲେ। ଓଡ଼ିଆ ଭାଷାକୁ ଅବହେଳା ନେଇ କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିଥିଲେ।
ଆଞ୍ଚଳିକ ଭାଷାର ବିକାଶ ପାଇଁ କେନ୍ଦ୍ର ଅର୍ଥ ଦିଏ ହେଲେ ଅନ୍ୟଭାଷା ପାଇଁ କେନ୍ଦ୍ର ଚଳିତ ଥର ଅର୍ଥ ଦେଇଥିଲେ ବି ଓଡ଼ିଆ ଭାଷା ପାଇଁ ଅର୍ଥ ମିଳିନି । କ’ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ? ଗୃହରେ ଉତ୍ତର ରଖନ୍ତୁ ମନ୍ତ୍ରୀ ବୋଲି ପ୍ରଶ୍ନ କରିଥିଲେ ତାରା। ଯାହାକୁ ନେଇ ବାଚସ୍ପତି ଗୃହକୁ ମୁଲତବୀ କାରିଦେଇଥିଲେ। ଏଥିସହ ଆସନ୍ତାକାଲି ସୁଦ୍ଧା ଏନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଉତ୍ତର ରଖିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ କରିଛନ୍ତି।
Comments are closed.