ରାଜ୍ୟ ବଜେଟ: କେଉଁ କ୍ଷେତ୍ର ପାଇଁ କେତେ?, ଜାଣନ୍ତୁ
ଭୁବନେଶ୍ବର: ଆଜି ୨୦୨୦-୨୧ ବର୍ଷ ପାଇଁ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଆଇପ୍ୟାଡରୁ ପଢି ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ। ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବଜେଟ ପରିମାଣ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ଆସନ୍ତୁ ଜାଣିବା ବଜେଟରେ କେଉଁଥି ପାଇଁ କେତେ ବ୍ୟୟ ବରାଦ ହୋଇଛି।
- ସ୍ବାସ୍ଥ୍ୟ ବିଭାଗ ପାଇଁ ୭ ହଜାର ୭୦୦ କୋଟି
- କୃଷି କ୍ଷେତ୍ର ପାଇଁ ୧୯ ହଜାର ୪୦୮ କୋଟି ଟଙ୍କା
- ବିପର୍ଯ୍ୟୟ ପ୍ରଶମନ ବ୍ୟୟ ୩ ହଜାର ୨୦୦ କୋଟି
- ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗକୁ ୧୦୦ କୋଟି
- ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୪୦୭୫ କୋଟି
- ଏମଜିଏନଆରଇଜିଏ ପାଇଁ ୧୫୦୧ କୋଟି
- ଜାତୀୟ ଜୀବିକା ମିଶନ ପାଇଁ ୮୫୨ କୋଟି
- ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ପାଇଁ ୨୩ ହଜାର ୮୦୮ କୋଟି
- ମଧୁବାବୁ ପେନସନ ଯୋଜନା ପାଇଁ ୧୮୧୮ କୋଟି
- ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ପାଇଁ ୧୦୩୮ କୋଟି
- ସ୍ମାର୍ଟ ସିଟି ବିକାଶ ପାଇଁ ୨୦୦ କୋଟି
- ନୂତନ ସହରର ବିକାଶ ପାଇଁ ୫୦ କୋଟି
- ଗୃହ ନିର୍ମାଣ ଓ ନଗର ଉନ୍ନୟନ ପାଇଁ ୬୧୮୦ କୋଟି
- ରେଳ ଭିତ୍ତିଭୂମି ପାଇଁ ୪୦୦ କୋଟି
- ଏୟାରଷ୍ଟ୍ରିପ ନିର୍ମାଣ ପାଇଁ ୧୦୦ କୋଟି
- ପାଇପ ଜଳ ଯୋଗାଣ ଲାଗି ୮ ହଜାର କୋଟି
- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଲାଗି ୩୯୬୨ କୋଟି
- ମମତା ଯୋଜନା ପାଇଁ ୩୦୫ କୋଟି
- ଖଣି କ୍ଷେତ୍ର ପାଇଁ ୧୮୨ କୋଟି
- ଗ୍ରୀନ୍ ମହାନଦୀ ମିଶନ ଲାଗି ୩୧ କୋଟି
- ପର୍ଯ୍ୟଟକ କ୍ଷେତୟର ବିକାଶ ପାଇଁ ୪୦୧ କୋଟି
- ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ୧୬୨ କୋଟି
- ଆଭ୍ୟନ୍ତରୀଣ ନିରାପତ୍ତା ଲାଗି ୫୯୭୪ କୋଟି
- ରୁଫ୍ ଟପ ଓ ଭୂତଳ ଜଳ ରିଚାର୍ଜ ସକାଶେ ୫ ବର୍ଷରେ ବ୍ୟୟ ହେବ ୨୪୬ କୋଟି
- ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥା ଓ ଉନ୍ନୟନ ସଂସ୍ଥା ବ୍ୟୟ ୭ ହଜାର ୧୪୫ କୋଟି
- ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ଲାଗି ୧୦୬୦ କୋଟି
- ୨୦୨୦ ମେକ୍ ଇନ୍ ଓଡ଼ିଶା ପାଇଁ ଇପିକଲକୁ ୭୦ କୋଟି
- ବିଧାୟକ ଉନ୍ନୟନ ପାଣ୍ଠି ପାଇଁ ୪୪୧ କୋଟି
- ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସକାଶେ ୮୦ କୋଟି
- କ୍ରୀଡ଼ା ଓ ଯୁବସେବା ପାଇଁ ୩୦୧ କୋଟି
- ପୀଡ଼ିତ କ୍ଷତିପୂରଣ ଲାଗି ୨୫ କୋଟି
- ମୋ ସ୍କୁଲ ଯୋଜନାକୁ ୪୦ କୋଟି ଏବଂ ମୋ କଲେଜ ପାଇଁ ୧୦ କୋଟି
Comments are closed.