ପଶ୍ଚିମ ଓଡିଶାରେ ବିଦ୍ୟୁତ କାଟ୍ ଆରମ୍ଭ

ସମ୍ବଲପୁର: ଏବେ ପଶ୍ଚିମ ଓଡିଶା ପାଳି। ଓ୍ବେସ୍କୋ ପକ୍ଷରୁ ପଶ୍ଚିମ ଓଡିଶାରେ ଆରମ୍ଭ ହୋଇଛି ବିଦ୍ୟୁତ କାଟ୍ ପ୍ରକ୍ରିୟା। ବକେୟା ବିଦ୍ୟୁତ ଦାଖଲ ପାଇଁ ଡେଡ୍ଲାଇନ ସରିବା ପରେ ବଦ୍ୟୁତ କାଟ ପ୍ରକ୍ରିୟା ଆରମ୍ଭ ହୋଇଛି। ବଲାଙ୍ଗିର, ସମ୍ବଲପୁର, ସମେତ ୯ଟି ଜିଲ୍ଲାରେ ବିଦ୍ୟୁତ କାଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ବକେୟା ବିଦ୍ୟୁତ ବିଲ୍ ଦେଇନଥିବା ହିତାଧିକାରୀଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବ ବୋଲି ସମ୍ବଲପୁର ଓ୍ବେସ୍କୋ ପକ୍ଷରୁ ସୂଚନା ଦିଆଯାଇଛି। ବିଦ୍ୟୁତ କାଟ୍ ପ୍ରକ୍ରିୟାରେ ୩୦ ରୁ ଅଧିକ ସ୍କାର୍ଡ ସାମିଲ ଅଛନ୍ତି।
Comments are closed.