ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ

ଭୁବନେଶ୍ବର: ବିଧାନସଭାରେ ଆରମ୍ଭ ହେଲା ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନା। ବିଜେଡି ସରକାରରଙ୍କ ପଞ୍ଚମ ପାଳିର ଏହା ଦ୍ବିତୀୟ ଆର୍ଥିକ ବଜେଟ୍। ଏହି ବଜେଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପିତ କରୁଛନ୍ତି। ଏଥର ରାଜ୍ୟ ବଜେଟ ଡିଜିଟାଲ ମେଥଡରେ ଉପସ୍ଥାପିତ ହେବ ତେଣୁ ବଜେଟ ପାଇଁ ପୁସ୍ତିକା ଛପା ଯାଇ ନାହିଁ। ବହି ବଦଳରେ ପେନ୍ ଡ୍ରାଇଭ୍ରେ ରାଜ୍ୟ ବଜେଟ ଉପସ୍ଥାପିତ ହେବ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବଜେଟ ପେନ୍ ଡ୍ରାଇଭ୍ ବଜେଟ ଆଇପ୍ୟାଡ୍ ପ୍ରଦାନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନା କରି କହିଛନ୍ତି, ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଆଗୁଆ ରହିଛି । ଓଡ଼ିଶା ରାଜସ୍ୱ ନିଅଣ୍ଟିଆରୁ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି। ସ୍ମାର୍ଟସିଟି ଓ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ସୁନାମ ଅର୍ଜନ କରିପାରିଛି। ଜଳବାୟୁ ବଜେଟ ପ୍ରସ୍ତୁତ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ୨୦୨୦-୨୧ ଲିଙ୍ଗ ବଜେଟ ଓ ଶିଶୁ ବଜେଟ ପ୍ରସ୍ତୁତ କରାଯାଉଛି ଏପରି କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ। ଇ-ବଜେଟ ଆଗତ କରି କାଗଜ ବ୍ୟବହାରକୁ ହ୍ରାସ କରିଛୁ।
ବଜେଟରେ ଫାଇଭ-ଟି, ମୋ ସରକାର ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେ ବେଲି ଆଶା କରାଯାଉଛି। ତେବେ ଏଥରର ବଜେଟର ଆକାର ଏକ ଲକ୍ଷ ୫୦ ହଜାର କୋଟି ଟଙ୍କା ଟପିବ ବୋଲି ଆକଳନ କରାଯାଇଛି। ୨୦୧୯-୨୦ରେ ରାଜ୍ୟ ବଜେଟ୍ ଏକଲକ୍ଷ ୩୯ ହଜାର କୋଟି ଟଙ୍କା ଥିଲା।
Comments are closed.