ଉତ୍କଳ ବିଶ୍ବବିଦ୍ୟାଳୟ: ଆରମ୍ଭ ହେଲା ବିଶ୍ବବିଦ୍ୟାଳୟ ଆମ୍ବୁଲାନ୍ସ ସେବା
![](https://www.odishalink.com/wp-content/uploads/2019/10/utkal.jpg)
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ଖୁସି ଖବର। ଏଣିକି ମିଳିବ ବିଶ୍ବବିଦ୍ୟାଳୟ ଆମ୍ବୁଲାନ୍ସ ସେବା। ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଜରୁରୀକାଳୀନ ପରିସ୍ଥିତିରେ ଥିଲେ ଏହି ସୁବିଧା ଯୋଗଇଦେବ ବିଶ୍ବବିଦ୍ୟାଳୟ। ଏନେଇ ବିଶ୍ବବିଦ୍ୟାଳୟର ରେଜିଷ୍ଟର ବିଜ୍ଞପ୍ତି ଜାରି କରିଛନ୍ତି।
ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ, ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ବିଶ୍ବବିଦ୍ୟାଳୟ ଆମ୍ବୁଲାନ୍ସ ସେବା ଜରୁରୀକାଳୀନ ପରିସ୍ଥିତରେ ସିକ୍ବ୍ୟୁରିଟି ସେଲା କିମ୍ବା ସିକ୍ୟୁରିଟି ଅଫିସରଙ୍କୁ ଜଣାଇବେ। ପରେ ସିକ୍ୟୁରିଟି ସେଲ ମେଡିକାଲ ଅଫିସର ଓ ଗାଡ଼ି ଡ୍ରାଇଭରଙ୍କ ମଧ୍ୟରେ ସମନ୍ବୟ ରଖି ସୁବିଧା ଯୋଗାଇଦେବେ। ଏଥିସହିତ ଉତ୍ତମ ସୁବିଧା କିଭଳି ଯୋଗା ଯାଇ ପାରିବ ସେଥିପ୍ରତି ଧ୍ୟାନ ଦେବେ।
ଏଥିସହିତ ଗାଡ଼ି ନମ୍ବର ଓ ଡ୍ରାଇଭରଙ୍କ ନମ୍ବର ପ୍ରକାଶ କରିଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଓଡି-୩୩-ଜେଡ ୪୪୫୬ ନାମକ ଗାଡ଼ି ନମ୍ବର ଏହି ସୁବିଧା ଯୋଗଇଦେବ। ଡ୍ରାଇଭରଙ୍କ ନମ୍ବର ୭୬୫୩୦୭୩୦୪୭ ପ୍ରକାଶ କରିଛି ବିଶ୍ବବିଦ୍ୟାଳୟ।
Comments are closed.