ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତି ମାଲିୱାଲ ନେଲେ ଛାଡ଼ପତ୍ର, କହିଲେ..

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତି ମାଲିୱାଲ ସ୍ବାମୀ ନବୀନ ଜୟହିନ୍ଦଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। ନିଜର ଟ୍ବିଟ୍ର ଆକାଉଣ୍ଟରେ ସ୍ବାତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏକ ଆବେଗଭରା ଟ୍ବିଟ୍ ପୋଷ୍ଟ କରି ସେ ଏ ବିଷୟରେ ଜଣାଇଛନ୍ତି।
ସ୍ବାତି ଟ୍ବିଟ୍ରେ ଲେଖିଛନ୍ତି, ନିଜ ଜୀବନସାଥୀଙ୍କଠାରୁ ଅଲଗା ହେବା ସବୁଠାରୁ ଦୁଃଖଦ ଘଟଣା। ମୁଁ ଏବଂ ନବୀନ ପରସ୍ପରଙ୍କୁ ଛାଡ଼ପତ୍ର ଦେଇଛୁ। ଦୁଇଜଣ ବହୁତ ଲୋକ ଅନେକ ସମୟରେ ଏକାଠି ରହିପାରନ୍ତି ନାହିଁ। ସେ ସବୁବେଳେ ମୋ ହୃଦୟରେ ରହିବେ। ମୁଁ ତାଙ୍କୁ ସର୍ବଦା ମନେ ପକାଇବି ବୋଲି ସ୍ବାତି ଉଲ୍ଲେଖ କରିଛନ୍ତି। ଏଥିସହିତ ମୋ ସୁନ୍ଦର କାହାଣୀର ଅନ୍ତ ଘଟିଲା ବୋଲି ଲେଖିଛନ୍ତି ସ୍ବାତି।
Most painful moment is when your fairytale ends. Mine ended. Me & Navin have got divorced. Sometimes best of people cant stay together. Will always miss him & our life that could have been.
Everyday I pray to God to give us & others like us strength to deal with this pain 🙏
— Swati Maliwal (@SwatiJaiHind) February 19, 2020
Comments are closed.