ନାଳ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗୁଡଭେଲିପଦର ଗ୍ରାମର ମେହୁରୁଣୀ ନାଳ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବାଦିକଟା ଗ୍ରାମର ଜୀନ୍ମୟ ମହାକୁଡ। ପୋଲିସର ତଦନ୍ତ ଆରମ୍ଭ।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ବାଇକ୍ ଯୋଗେ ନିଜ ଗାଁରୁ ଗୁଡ଼ଭେଳିପଦର ଯାଉଥିଲେ। ହେଲେ ମେହରୁଣୀ ନାଳ ପାଖରେ ତାଙ୍କ ମୃତଦେହ ପଡିରହିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ମନମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପୋଷ୍ଟ ମର୍ଟମ ରିପୋର୍ଟ ପରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛନ୍ତି ମନମୁଣ୍ଡା ଥାନା ଆଇଆଇସି।
Comments are closed.