ମାଟ୍ରିକ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ
![](https://www.odishalink.com/wp-content/uploads/2020/02/fake-.jpg)
ବାଲେଶ୍ବର: ଆଜି ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ମାଟ୍ରିକ ପରୀକ୍ଷାରେ ଦେଖିବାକୁ ମିଳିଛି ନକଲି ପରୀକ୍ଷାର୍ଥୀ। ପରୀକ୍ଷା କେନ୍ଦ୍ରରୁ ଧରା ପଡିଛି ନକଲି ପରୀକ୍ଷାର୍ଥୀ। ବସ୍ତା ବ୍ଲକ ପାଉଁଶକୁଲି ଆର.ଏନ୍. ହାଇସ୍କୁଲ୍ରେ ଧରା ପଡିଛନ୍ତି ନକଲି ପରୀକ୍ଷାର୍ଥୀ। ଡି.ଇ.ଓ ସ୍କ୍ବାର୍ଡ ଦ୍ବାରା ନକଲି ପରୀକ୍ଷାର୍ଥୀ ଧରା ପଡିବା ପରେ ପରୀକ୍ଷାର୍ଥୀଙ୍କୁ ସିଙ୍ଗଲା ପୋଲିସକୁ ହସ୍ତାନ୍ତର କରାଯାଇଛି।
Comments are closed.