ତାଜମହଲ ପରିଦର୍ଶନ କରିବେ ଟ୍ରମ୍ପ, ଦେଖି ପାରିବେନି ଯମୁନା ନଦୀର ମଇଳା ପାଣି

ମଥୁରା: ଆସନ୍ତା ୨୪ରେ ୨ଦିନିଆ ଭାରତ ଗସ୍ତରେ ଆସିବେେ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ। ୨୪ରେ ଟ୍ରମ୍ପ ଆଗ୍ରାରେ ଥିବା ତାଜ ମହଲ ପରିଦରର୍ଶନ କରିବେ। ହେଲେ ଯମୁନା ନଦୀର ଜଳ ପୁରା ନିର୍ମଳ ସ୍ବରୂପ ଦେଖିବେ ଟ୍ରମ୍ପ। ଏଥିପାଇଁ ଯମୁନା ନଦୀକୁ ହରିଦ୍ବାରରୁ ୫୦୦ କ୍ୟୁସେକ ଗଙ୍ଗା ଜଳ ଛଡ଼ାଯାଇଛି। ଯାହା ବୁଲନ୍ଦସହର ମାଧ୍ୟମରେ ଆଗ୍ରାରେ ୪ଦିନ ମାଧ୍ୟମରେ ପହଞ୍ଚିବ।
୨୪ ତାରିଖରେ ଟ୍ରମ୍ପ ଆଗ୍ରାରେ ପହଞ୍ଚିବେ। ଆଗ୍ରାରେ ଥିବା ତାଜମହଲର ନିଆରା ଦୃଶ୍ୟକୁ ଟ୍ରମ୍ପ ଓ ତାଙ୍କ ପତ୍ନୀ କିଛି ସମୟ ଦେଖିବେ। ଏଥିସହିତ ଯମୁନା ନଦୀ କୂଳରେ ନିର୍ମିତ ହୋଇଥିବା ତାଜକୁ ଦେଖିବେ ମଧ୍ୟ। ସେହି ସମୟରେ ଯୁମନା ନଦୀର ଜଳ ସ୍ବଚ୍ଛ ଦେଖାଯିବ। ସେଥିପାଇଁ ଯମୁନା ନଦୀରେ ଗଙ୍ଗା ଜଳ ପ୍ରବେଶ କରାଯାଇଛି। ଏହି ଜଳ ମଥୁରାରେ ୩ଦିନରେ ପହଞ୍ଚିଯିବ ଓ ତାର ପରଦିନ ଛଡ଼ା ଯାଇଥିବା ଜଳ ଆଗ୍ରାରେ ପହଞ୍ଚିବ।
Comments are closed.