କରୋନା ନୁହେଁ ନିମୋନିଆ : ମେଡିକାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ପ୍ରାଣଘାତୀ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ଖବର ପ୍ରଚାରିତ ହେବା ପରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ହେଲେ ଏପରି ଗୁଜବକୁ ଖଣ୍ଡନ କରି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ଏହା କରୋନା ନୁହେଁ ନିମୋନିଆ। ଚିହ୍ନଟ ହୋଇଥିବା ଭାଇରସ୍ ମାରାତ୍ମକ କରୋନା ଭାଇରସ୍ ନୁହେଁ
ସୂଚନାଯୋଗ୍ୟ, ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ମାଇକ୍ରୋବାୟୋଲୋଜି ରିପୋର୍ଟ ସୋଶିଆଲ୍ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ କରୋନା ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏପରି ଗୁଜବକୁ ବିଶ୍ୱାସ ନ କରି ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ।
Comments are closed.