ଜର୍ମାନୀରେ ଗୁଳିକାଣ୍ଡ : ୮ ମୃତ

ଜର୍ମାନୀ : ଗତକାଲି ଜର୍ମାନୀର ହନାଉ ସହରରେ ଆଖି ବୁଜା ଗୁଳିକାଣ୍ଡ ଘଟିଛି। ଏହି ଗୁଳିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇ ଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ନେଇ ସୂଚନା ମିଳିଛି। ହନାଉ ଓ ସ୍ପୁଟନିକ ସହରରେ ବିଳମ୍ବିତ ରାତିରେ ପ୍ରଥମେ ୨ ଜଣ ଦୁବୃର୍ତ ଆଖିବୁଜା ଗୁଳିମାଡ କରିଥିଲେ। ଘଟଣା ପରେ ଦୁର୍ବୃତ୍ତ ଦ୍ବୟ ଫେରାର ହୋଇଯାଇଛନ୍ତି। କେଉଁ କାରଣରୁ ଏହି ଘଟଣା ଘଟିଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ପୁରା ସହରକୁ ସିଲ୍ କରି ପୋଲିସ ସର୍ଚ ଅପରେସନ ଆରମ୍ଭ କରିଛି।
Comments are closed.