ଅନୁଗୁଳ ଜିଲ୍ଲା ଯୁବମୋର୍ଚ୍ଚା ସଭାପତିଙ୍କ ପିତୃ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

ଭୁବନେଶ୍ୱର : ବିଜେପି ଯୁବମୋର୍ଚ୍ଚା ଅନୁଗୁଳ ଜିଲ୍ଲା ସଭାପତି ପ୍ରଶାନ୍ତ ନନ୍ଦଙ୍କ ପିତା ଦୁଃଖବନ୍ଧୁ ନନ୍ଦଙ୍କ ଆଜି ସକାଳେ ୬୬ ବର୍ଷ ବୟସରେ ନିଧନ ଘଟିଛି । ସ୍ୱର୍ଗତଃ ନନ୍ଦ ଭାରତ ସରକାରଙ୍କ ଏଫସିଆଇ କାରଖାନାରୁ ଅବସର ଗ୍ରହଣ ପରେ ନିଜକୁ ସମାଜ ସେବାରେ ନିୟୋଜିତ କରିଥିଲେ ।
ଅତ୍ୟନ୍ତ ମେଳପୀ, ନମ୍ର ଏବଂ ମିଷ୍ଟଭାଷୀ ସ୍ୱର୍ଗତଃ ନନ୍ଦଙ୍କ ଅକାଳ ବିୟୋଗରେ ଅତ୍ୟନ୍ତ ମର୍ମାହତ ବୋଲି ଶୋକବାର୍ତାରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର. ପୂର୍ବତନ ସାଂସଦ ରୁଦ୍ର ପାଣି ପ୍ରମୁଖ ଦୁଃଖପ୍ରକାଶ କରି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।
Comments are closed.