ଲୋକନାଥଙ୍କ ପୀଠରେ ଜଳୁଛି ବୃହତ୍ ଦୀପ

ପୁରୀ: ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ଗତକାଲି ଶ୍ରୀଲୋକନାଥଙ୍କ ପୀଠରେ ଜଳିଛି ବୃହତ ଜଗତ ମଙ୍ଗଳ ଜାଗର ଦୀପ। ଅଷ୍ଟମ ବର୍ଷ ଲାଗି ଏହି ବୃହତ୍ ଦୀପ ଜଳାଯାଇଛି। ଏହି ଦୀପ ଜାଗର ଯାତ୍ରା ମହାଦୀପ ଉଠିବା ପର୍ଯ୍ୟନ୍ତ ଜଳିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ସନ୍ଧ୍ୟାରେ ଅନୁଷ୍ଠିତ ଏହି ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଉପଜିଲାପାଳ ଭବତାରଣ ସାହୁ, ଜାତୀୟ ରାଜପଥର ମୁଖ୍ୟଯନ୍ତ୍ରୀ ରଞ୍ଜିତ କୁମାର ସାହୁ, ସାମାଜିକ କର୍ମୀ ରାମକୃଷ୍ଣ ହୋତା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ପ୍ରାୟ ୬ ଫୁଟ ଲମ୍ବ, ସାଢେ ୪ଫୁଟ ଓସାର ଓ ୨ ଫୁଟ ଗଭୀର ବିଶିଷ୍ଟ ଏହି ଦୀପ ଶ୍ରୀଲୋକନାଥଙ୍କ ପୀଠ ପାର୍ବତୀ ସାଗର ନିକଟରେ ପ୍ରଜ୍ୱଳନ କରାଯାଇଛି। ବାବା ଲୋକନାଥଙ୍କ ଜାଗର ପର୍ବର ଅନ୍ତିମ ପର୍ଯ୍ୟାୟ ମହାଦୀପ ଉଠିବା ପରେ ଏହି ଦୀପକୁ ପାର୍ବତୀ ସାଗରରେ ବିସର୍ଜନ କରାଯିବ ବୋଲି ଆୟୋଜକ ସୂଚନା ଦେଇଛନ୍ତି।
Comments are closed.