ଅଶ୍ଳୀଳ ମେସେଜ୍: ବୃଦ୍ଧ ଗିରଫ

ଭଦ୍ରକ: ଯୁବତୀଙ୍କୁ ଅଶ୍ଳୀଳ ମେସେଜ ପଠାଇବା ଅଭିଯୋଗରେ ବୃଦ୍ଧ ଗିରଫ। ଗିରଫ ବୃଦ୍ଧ ହେଉଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ଏରେଇଁ ଅଞ୍ଚଳର ଏସ.କେ. ସରିଫ।
ଏସ.କେ. ସରିଫଙ୍କ ନିଜ ଘର ଜଟଣୀ ଅଞ୍ଚଳରେ। ସେ ଏଫସିଆଇରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ। ସେ ୨୦୦୨ ମସିହାରୁ ଭଦ୍ରକ ଜିଲ୍ଲା ଚରମ୍ପାର ଏରେଇଁଠାରେ ପରିବାର ସହ ରହୁଥିଲେ। ତେବେ ସେ ଗାଁର ଏକାଧିକ ଯୁବତୀଙ୍କୁ ମୋବାଇଲରେ ଅଶ୍ଳୀଳ ମେସେଜ ପଠାଉଥିଲେ।
ଜଣେ ଯୁବତୀଙ୍କୁ ସେ ମେସେଜରେ କହିଥିଲେ ଯେ, ‘ମୁଁ ରାଜ୍ୟ ବାହାରକୁ ଟୁରରେ ଯାଉଛନ୍ତି। ମୋ ସହ ଯିବୁ କି। ପଇସା ପାଇଁ ଲୋକ କଣ ନକରୁଛନ୍ତି। ତୁ କହ ତୁ ପଇସା ପାଇଁ କଣ କରିପାରିବୁ। ଯଦି ତୁ ରାଜି ହେବୁ ସିକ୍ରେଟ୍ କାମ ଦେବି । ଘଣ୍ଟାକୁ ୨୦୦୦ ରୋଜଗାର କରିବୁ। ଦିନରେ ୧୦ଘଣ୍ଟା କାମ କରିବାକୁ ପଡିବ। ହିସାବ କରେ କେତେ ଟଙ୍କା ଇନକମ୍ କରିବୁ । କିଛି ପର୍ସନାଲ ଜିନିଷ ଅଛି ଯାହା ପାଇଁ ତୁ ମାଲାମାଲ ହୋଇପାରିବୁ। କାମ ତୋତେ ଭୁବନେଶ୍ବର ଗଲେ କହିବି। ଫୋନ୍ ରେ କହିବିନାହିଁ।
ଏଭଳି ଅଶ୍ଳୀଳ ମେସେଜ ପଠାଉଥିବା ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଛି। ତେବେ ଗ୍ରାମାଞ୍ଚଳ ପୋଲିସ ସରିଫଙ୍କୁ କୋର୍ଟ ଚାଲାଣ କରାଯାଇଛି।
Comments are closed.