ଉହାନରୁ ୧୨୦ ଭାରତୀୟଙ୍କୁ ଆଣିବ ସି-୧୭ ବିମାନ

ନୂଆଦିଲ୍ଲୀ : ମହାମାରୀର ରୂପ ନେଇ ଆତଙ୍କ ସୃଷ୍ଟି କରିଛି କରୋନା। କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ଫଳରେ ସାରା ବିଶ୍ବ ଏବେ କରୋନାକୁ ନେଇ ଭୟଭିତ। ସେପଟେ କରୋନା ଭାଇରସ୍ର ଏନ୍ତୁଡିଶାଳ କୁହାଯାଉଥିବା ଉହାନରେ ସହରରେ ଫଶି ରହିଛନ୍ତି ୧୨୦ ଭାରତୀୟ। ସେହି ୧୨୦ ଭାରତୀୟ ନାଗରିକଙ୍କୁ ଆଣିବାକୁ ଆଜି ଚୀନ୍ ଗସ୍ତରେ ଯିବ ଭାରତୀୟ ବିମାନ ସି-୧୭। ଭରାତୀୟ ବିମାନ ସି-୧୭ ବହୁ ପରିମାଣର ଡାକ୍ତରୀ ସରଞ୍ଜାମ ନେଇ ଚୀନକୁ ଯିବ। ପୂର୍ବରୁ ଭାରତ ସରକାର ଚୀନରୁ ୬୪୦ଜଣ ଭାରତୀୟଙ୍କୁ ବିମାନ ଯୋଗେ ସ୍ବଦେଶକୁ ଆଣିସାରିଛନ୍ତି । ରାଜଧାନୀ ଦିଲ୍ଲୀ ସ୍ଥିତ ଆଇଟିବିପି ଶିବିରରେ ଚୀନରୁ ଆସିଥିବା ଲୋକଙ୍କର ଡାକ୍ତରୀ ପରୀକ୍ଷା ପରେ ୪୦୬ ଜଣଙ୍କୁ ଛାଡ଼ି ଦିଆଯାଇଛି।
ଚୀନରେ କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୧୨୮ରେ ପହଞ୍ଚି ଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୭୫ ହଜାର ୭୨୮କୁ ବୃଦ୍ଧି ପାଇଛି। ସେପଟେ ‘କରୋନା’ ଭାଇରସ୍ ସଂକ୍ରମଣ ଯୋଗୁଁ ମୃତ୍ୟୁ ଯନ୍ତା ପାଲଟି ଯାଇଥିବା ଜାପାନର ‘ଡାଏମଣ୍ଡ୍ ପ୍ରିନ୍ସେସ’ କ୍ରୁଜ୍ ରୁ ଯାତ୍ରୀମାନଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଜାହାଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୧ରେ ପହଞ୍ଚିଛି। ଲୋକଙ୍କୁ ବାହାରକୁ ଆଣିବାରେ ଅହେତୁକ ବିଳମ୍ବ ଯୋଗୁଁ ଅସୁବିଧା ଉପୁଜୁଛି। ଫେବୃଆରୀ ୧ରେ ଜାପାନ ତଟରେ ଲାଗିଥିବା ଏହି ଜାହାଜରେ ଜଣେ ଆକ୍ରାନ୍ତଙ୍କ ପାଇଁ ସମଗ୍ର ଜାହାଜ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
Comments are closed.