ଜହାଜରେ ଫସିଥିବା ଭାଇ ପାଇଁ ଦୀପ ଜାଳୁଛି ଭଉଣୀ

ମାଲକାନଗିରି: କରୋନା ଭାଇରସର ଆତଙ୍କ ଯୋଗୁଁ ଜାପାନରେ ଫସି ରହିଛନ୍ତି ଓଡ଼ିଆ ଯୁବକ। ଭାଇକୁ ରକ୍ଷା କରିବା ପାଇଁ ଭଗବାନଙ୍କ ଠାରେ ଗୁହାରୀ କରିଛି ଭଉଣୀ। ଜାପାନର ୟୋକୋହାମାରେ ଜାହାଜ ଭିତରେ ‘କୋରୋନା’ ଆକ୍ରାନ୍ତଙ୍କ ମଧ୍ୟରେ ଫସିରହିଥିବା ଓଡ଼ିଆ ଯୁବ ଇଂଜିନିୟର ଶିବାଶିଷ ନାୟକଙ୍କ ମଙ୍ଗଳ କାମନା କରିଛି ଭଉଣୀ। ମାଲକାନଗିରିରେ ରହୁଥିବା ତାଙ୍କ ଭଉଣୀ ଆଜି ସ୍ଥାନୀୟ ଦୁର୍ଗା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ଏଥିସହ ଶିବାଶିଷଙ୍କୁ ଉଦ୍ଧାର ପାଇଁ ତାଙ୍କ ଭଉଣୀ-ଭିଣୋଇ ସରକାରଙ୍କୁ ନିବେଦନ କରିଛନ୍ତି।
ଓଡ଼ିଶା ବ୍ରହ୍ମପୁରରେ ଥିବା ସିବାସୀଷ ନାଏକ ଜଣେ ଇଂଜିନିୟର। କମ୍ପାନୀର କିଛି କାମରେ ସେ ଜାପାନ ଯାଇଥିଲେ। ତେବେ ଜାପାନରେ ପହଁଚିବା ପରେ ଜଣା ପଡିଲା ସେ ଯାଉଥିବା ଜାହାଜରେ ଅନେକ ଲୋକ କରୋନା ଭାଇରସ ରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଏହାପର ଠାରୁ ଜାପାନ ସରକାର ଉକ୍ତ ଜାହାଜ ଏବଂ ସମସ୍ତ ଯାତ୍ରୀଙ୍କୁ ଜାପାନରେ ହିଁ 15ଦିନ ହେବ ଅଟକ ରଖିଥିବା ସହ ବାହାରକୁ ଆସିବା ପାଇଁ ଦିଆ ଯାଉନାହିଁ। ଫଳରେ ବ୍ୟସ୍ତ ହୋଇପଡିଛନ୍ତି ତାଙ୍କ ପରିବାର ଲୋକେ। ମାଲକାନଗିରିରେ ବିବାହ କରିଥିବା ସିବାସୀଷଙ୍କ ଭଉଣୀ ମଧ୍ୟ ବ୍ୟସ୍ତ ବିବ୍ରତ ହୋଇ ପଡିଥିବା ସହ ସରକାରଙ୍କୁ ଗୁହାରି କରିଛନ୍ତି।
ପୂର୍ବରୁ ତାଙ୍କୁ ଏୟାର ଲିଫ୍ଟ କରି ଅଣାଯିବ ବୋଲି ଖବର ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେଭଳି କିଛି ପଦକ୍ଷେପ ନିଆଯାଇ ନାହିଁ । ଅନ୍ୟ ଦେଶର ଲୋକଙ୍କୁ ତାଙ୍କ ସରକାର ନେଇଯାଇଥିବା ବେଳେ ଭାରତ ସରକାର ତାଙ୍କୁ ନେଇ ଆସନ୍ତୁ ବୋଲି ପରିବାର ଲୋକେ ଗୁହାରି କରିଛନ୍ତି ।
Comments are closed.