ଝାରସୁଗୁଡ଼ାରୁ ୩ ନାବାଳିକା ନିଖୋଜ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଗାୟତ୍ରୀ ବିହାର ଥାନା ଅନ୍ତର୍ଗତ ପୁରୁଣା ବସ୍ତିରୁ ୩ ଜଣ ନାବାଳିକା ନିଖୋଜ ହୋଇଯାଇଥିବା ଅଭିଯୋଗ ଆସିଛି। ସେମାନେ ହେଲେ କୈଳାସ ଦାସଙ୍କ ଦୁଇ ଝିଅ ଗୀତା ଦାସ, ରଶ୍ମିତା ଦାସ ଓ ଭଗବାନ ଛନ୍ଛନ୍ଙ୍କ ଝିଅ ବନିତା ଛନ୍ଛନ୍।
ସୂଚନାଯୋଗ୍ୟ ଯେ, ଏହି ୩ ନାବାଳିକା ସ୍କୁଲ୍ ଯିବା ପାଇଁ ଗତକାଲି ସକାଳୁ ଘରୁ ବାହାରି ଆସିଥିଲେ। ହେଲେ ସ୍କୁଲ୍ ନ ଯାଇ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ସ୍କୁଲ୍ ଛୁଟି ହେବାପରେ ଘରକୁ ନ ଫେରିବାରୁ ପରିବାର ଲୋକେ ସାଙ୍ଗମାନଙ୍କ ଘରଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ଖୋଜ ଖବର ମିଳିନଥିଲା। ଏହାପରେ ପରିବାର ଲୋକେ ପୁଲିସ୍ରେ ଅଭିଯୋଗ କରିଥିଲେ। ପୁଲିସ୍ ୩ ନାବାଳିକାଙ୍କ ଫଟୋ ଜାରି କରିଛି। ଯଦି କୌଣସି ବ୍ୟକ୍ତି ଏମାନଙ୍କ ସମ୍ପର୍କରେ ଖବର ପାଆନ୍ତି, ଏନେଇ ଥାନାରେ ଜଣାଇବାକୁ ପୁଲିସ୍ ଲୋକଙ୍କୁ ଅନୁରୋଧ କରିଛି।
Comments are closed.