ଉଦ୍ଧାର ହେଲେ ୩ ନିଖୋଜ ନାବାଳିକା

ଝାରସୁଗୁଡ଼ା: ଗତକାଲି ସକାଳେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ପୁରୁଣାବସ୍ତି ଅଞ୍ଚଳରୁ ନିଖୋଜ ହୋଇଯାଇଥିବା ୩ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଆଜି ସକାଳେ ସାଦା ପୋଷାକରେ ଥିବା ପୁଲିସ ସେମାନଙ୍କୁ ବୁଲୁଥିବାର ଦେଖି ଧରିଥିଲେ। ସେମାନଙ୍କୁ ଉଦ୍ଧାର କରିବା ପରେ ଝାରସୁଗୁଡ଼ା ଥାନାରେ ପଚରାଉଚରା କରାଯାଉଥିବା ଜଣାଯାଇଛି। ନାବାଳିକାମାନଙ୍କର ପିତାମାତାଙ୍କ ଉପସ୍ଥିତିରେ ପୁଲିସ ପଚରାଉଚରା କରୁଛି। କେଉଁ ପରିସ୍ଥିତିରେ ସେମାନେ ନିଖୋଜ ହେଲେ ସେ ନେଇ ପୁଲିସର ଖୋଳତାଡ଼ ଜାରି ରହିଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଗତ କାଲି ୩ ନାବାଳିକା ସ୍କୁଲ୍ ଯିବା ପାଇଁ ଗତକାଲି ସକାଳୁ ଘରୁ ବାହାରି ଆସିଥିଲେ। ହେଲେ ସ୍କୁଲ୍ ନ ଯାଇ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ସ୍କୁଲ୍ ଛୁଟି ହେବାପରେ ଘରକୁ ନ ଫେରିବାରୁ ପରିବାର ଲୋକେ ସାଙ୍ଗମାନଙ୍କ ଘରଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ଖୋଜ ଖବର ମିଳିନଥିଲା। ଏହାପରେ ପରିବାର ଲୋକେ ପୁଲିସ୍ରେ ଅଭିଯୋଗ କରିଥିଲେ। ପୁଲିସ୍ ୩ ନାବାଳିକାଙ୍କ ଫଟୋ ଜାରି କରିଛି। ଯଦି କୌଣସି ବ୍ୟକ୍ତି ଏମାନଙ୍କ ସମ୍ପର୍କରେ ଖବର ପାଆନ୍ତି, ଏନେଇ ଥାନାରେ ଜଣାଇବାକୁ ପୁଲିସ୍ ଲୋକଙ୍କୁ ଅନୁରୋଧ କରିଛି।
Comments are closed.