ଓଲଟିଲା ବାଲି ବୋଝେଇ ଟ୍ରକ୍, ଡ୍ରାଇଭର ମୃତ

ରାଇରଙ୍ଗପୁର: ରାଇରଙ୍ଗପୁର-ଟାଟା ନଗର ଜାତୀୟ ରାଜପଥ ୨୨୦ କାଦୁଆଣୀ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି।ବାଲି ବୋଝେଇ ଟ୍ରକ୍ ଓଲଟି ପଡିବାରୁ ଚାପିହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।
ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରିଥିଲେ। ଦୁର୍ଘଟଣା ଘଟିଥିବା ସ୍ଥାନ ଉଠାଣିଆ ହୋଇଥିବାରୁ ସେ ଗାଡ଼ି ଉପରେ ନିୟନ୍ତ୍ରଣ ରଖି ପାରିନଥିଲେ। ଫଳରେ ଗାଡ଼ିଟି ୧୫ ଫୁଟ ତଳକୁ ଖସିପଡ଼ିଥିଲା। ଘଟଣାସ୍ଥଳରେ ଡ୍ରାଇଭର ଟ୍ରକରେ ଚାପିହୋଇ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରେ ବହଳଦା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି।
Comments are closed.