ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ୍ , ହେଲେ ଆପଣଙ୍କୁ କରିବାକୁ ପଡ଼ିବ..
![](https://www.odishalink.com/wp-content/uploads/2020/02/Platform-ticket.png)
ନୂଆଦିଲ୍ଲୀ: ଆପଣ ଆପଣଙ୍କର ବନ୍ଧୁ କିମ୍ବା ପରିଜନ ଲୋକଙ୍କୁ ଛାଡିବା ପାଇଁ ବା ଭେଟିବା ପାଇଁ ରେଳ ଷ୍ଟେସନ ଭିତରକୁ ଯାହାନ୍ତି ତେବେ ଆପଣଙ୍କୁ ଏଥିପାଇଁ ୧୦ ଟଙ୍କା ଦେଇ ଆଉ ପ୍ଲାଟଫର୍ମ ଟିକେଟ୍ କାଟିବାକୁ ପଡିଥାଏ। ଆଉ ପ୍ଲାଟଫର୍ମ ଟିକେଟ୍ କାଟିବାକୁ ପଡିବ ନାହିଁ। କାରଣ ଏଣିକି ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ୍। ତେବେ ରେଳ ମନ୍ତ୍ରାଳୟର ଏହି ସୁବିଧା ଆପଣ ଏବେ କେବଳ ଦିଲ୍ଲୀ ଆନନ୍ଦବିହାର ରେଳ ଷ୍ଟେସନରେ ହିଁ ପାଇପାରିବେ।
ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ଆନନ୍ଦବିହାର ରେଳ ଷ୍ଟେସନରେ ଏକ ସ୍ୱତନ୍ତ୍ର ମେସିନ ଲଗାଯାଇଛି। ଯେଉଁଥିରେ ଆପଣ ମାଗଣରେ ରେଳ ଟିକେଟ ପାଇପାରିବେ। ତେବେ ଏଥିପାଇଁ ଆପଣଙ୍କୁ ଉଠବସ୍ ହେବାକୁ ପଡିବ। ସେ ବି ପୁଣି ୧୮୦ ସେକେଣ୍ଡ ଭିତରେ ମାତ୍ର ୩୦ ଥର। ଆଉ ଏଭଳି କରିବା ଦ୍ୱାରା ରେଳ ମନ୍ତ୍ରାଳୟ ପକ୍ଷରୁ ଆପଣଙ୍କୁ ମାଗଣାରେ ପ୍ଲାଟଫର୍ମ ଟିକେଟ ମିଳିବ।
फिटनेस के साथ बचत भी: दिल्ली के आनंद विहार रेलवे स्टेशन पर फिटनेस को प्रोत्साहित करने के लिए अनूठा प्रयोग किया गया है।
यहां लगाई गई मशीन के सामने एक्सरसाइज करने पर प्लेटफार्म टिकट निशुल्क लिया जा सकता है। pic.twitter.com/RL79nKEJBp
— Piyush Goyal (@PiyushGoyal) February 21, 2020
ତେବେ ଭାରତୀୟ ରେଲ ବିଭାଗ ପକ୍ଷରୁ ଏଭଳି ନିଆରା ଅଭିଯାନ ଫିଟନେସକୁ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ କରାଯାଇଛି। ଏହି ମେସିନକୁ ଫିଟ୍ ଇଣ୍ଡିଆ ସିଟ୍ ଅପ୍ ମେସିନ ବୋଲି ନାଁ ଦିଆଯାଇଛି। ଆଉ ଏହି ମେସିନର ଏକ ଭିଡିଓ ଏବେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ନିଜ ଟୁଇଟର ପେଜରେ ସେୟାର କରିଛନ୍ତି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ମେସିନ୍ କିଭଳି କାମ କରିବ?
ଏହି ମେସିନ ଆଗରେ ଦୁଇଟି ଫୁଟ୍ ପ୍ରିଂଟ ରହିଛି । ଯେଉଁଥିରେ ଆପଣଙ୍କୁ ଠିଆ ହୋଇ ଧାର୍ଯ୍ୟ ସମୟ ଭିତରେ ୩୦ ଥର ଉଠବସ୍ କରିବାକୁ ପଡିବ ଏବଂ ମେସିନରେ ଲଗାଯାଇଥିବା ଡିସପ୍ଲେରେ ହିଁ ଆପଣ କେତେ ସମୟରେ କେତେ ଥର ଉଠବସ୍ ହୋଇଛନ୍ତି ତାହା ନଜର ଆସିବ । ସେହିଭଳି ୧୮୦ ସେକେଣ୍ଡରେ ଯଦି ଆପଣ ୩୦ ଥର ଉଠବସ୍ କରିଦିଅନ୍ତି ତେବେ ଆପଣ ମାଗଣା ପ୍ଲାଟଫର୍ମ ଟିକେଟ୍ ପାଇବାକୁ ହକଦାର ଅଟନ୍ତି ଏବଂ ଏହି ମେସିନରୁ ହିଁ ଆପଣ ପ୍ଲାଟଫର୍ମ ଟିକେଟ୍ ମାଗଣାରେ ପାଇଯିବେ ।
Comments are closed.