କପି କରି ଧରାପଡିଲେ ୯ ଛାତ୍ରଛାତ୍ରୀ

ସୁନ୍ଦରଗଡ: ମାଟ୍ରିକ ପରୀଷାରେ କପି କରି ଧରା ପଡିଲେ ୯ ଜଣ ଛାତ୍ରଛାତ୍ରୀ। ଆଜି ମାଟ୍ରିକର ଇଂରାଜୀ ପରୀକ୍ଷା ଚାଲିଥିବା ବେଳେ କପି କରି ଧରାପଡିଛନ୍ତି ୯ ଜଣ ଛାତ୍ରଛାତ୍ରୀ। ୩ ଗୋଟି ପରୀଷା କେନ୍ଦ୍ରରେ କପି କରୁଥିବା ଛାତ୍ରଛାତ୍ରୀଙ୍କୁ ଧରିଛି ସ୍ବ୍କାର୍ଡ।
ସୂଚନାଯୋଗ୍ୟ, ପୂର୍ବରୁ ମାଟ୍ରିକ ଓଡିଆ ଭାଷା ପରୀକ୍ଷା ହୋଇଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ଏହାର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲ ଭାଇରାଲ ହୋଇଥିଲା। କିନ୍ତୁ ପ୍ରଶ୍ନପତ୍ର ଭାଇରାଲ ହୋଇ ନାହିଁ ବୋଲି ମାଟ୍ରିକ ବୋର୍ଡ କର୍ତ୍ତୃପକ୍ଷ ମନା କରିଥିଲେ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଥିଲେ ଯେ, ଘଟଣା ସଂପର୍କରେ ତଦନ୍ତ କରାଯିବ। ଯଦି ଘଟଣା ସତ ହୋଇଥାଏ ତେବେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ।
Comments are closed.