ନୂଆ ଅବତାରରେ ଆସୁଛନ୍ତି ନାୟକ ବାବୁସାନ୍

ଭୁବନେଶ୍ବର : ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍ ନିଜର କମେଡି ଟ୍ରାକ୍ ଛାଡ଼ି ଏଥର ଆକସନ୍ ଅବତାରରେ ପରଦାରେ ଦେଖା ଦେବେ । ତାଙ୍କୁ ଦର୍ଶକ ଖୁବ ଶିଘ୍ର ଏକ ଆକ୍ସନ ସିନେମାରେ ଦେଖିବାକୁ ପାଇବେ । ସିନେମାଟି ହେଲା ‘ବିଦ୍ୟାରାଣ’ । ଏହି ସିନେମାରେ ତାଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିବ ।
ଖାଲି ସେତିକି ନୁହେଁ ସେ ସିକ୍ସ୍ ପ୍ୟାକ୍ ବଡ଼ିରେ ନଜର ଆସିବେ। ଦ୍ବିତୀୟ ଥର ପାଇଁ ବାବୁସାନଙ୍କ ସହ ନଜର ଆସିବେ ଶିବାନୀ । ବାବୁସାନ୍ ଓ ଶିବାନୀଙ୍କ ବ୍ୟତୀତ ମିହିର ଦାସ, ବବି ମିଶ୍ର ଏବଂ ଯୋଗେଶ ଜୋଜୋ ପ୍ରମୁଖଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ସିନେମାଟିକୁ ଜ୍ୟୋତି ଦାସ ନିର୍ଦେଶନା ଭାର ଉଠାଉଛନ୍ତି ।
‘ବିଦ୍ୟାରାଣ’ର ପ୍ରଯୋଜନା କରୁଛନ୍ତି ନିରଞ୍ଜନ ନାୟକ ଏବଂ ପ୍ରଦୀପ୍ତ କିଶୋର ଆଚାର୍ଯ୍ୟ । ବାପୁ ଗୋସ୍ବାମୀ ଏହାର ସଂଳାପ ଲେଖିଛନ୍ତି । ବୈଦ୍ୟନାଥ ଦାଶ ଏଥିରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ।
Comments are closed.