“ଭାରତରେ ୧୦୦ କୋଟିରୁ ଉର୍ଦ୍ଧ୍ବ ହିନ୍ଦୁ ବସବାସ କରନ୍ତି, ଏଥିପାଇଁ ଅଳସଂଖ୍ୟକ ସୁରକ୍ଷିତ ଅଛନ୍ତି”

ମୁମ୍ବାଇ: ଚର୍ଚ୍ଚାରେ AIMIM ନେତା ଓ୍ବାରିସ୍ ପଠାନ। ବିବାଦୀୟ ବୟାନ ଦେଇ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଓ୍ବାରିସ୍ ପଠାନ। ଏକ ଆୟୋଜିତ ସଭାରେ ଜନସାଧାରଣଙ୍କୁ ସମ୍ବୋନ୍ଧନ କରି ଓ୍ବାରିସ୍ କହିଥିଲେ ଯେ, ଇଟାର ଜବାବ ପଥରରେ କେମିତି ଦିଆଯାଏ ତାହା ଆମେ ଶିଖିଗଲୁଣି। କେବଳ ଆମକୁ ଏକଜୁଟ ହୋଇ ରହିବାର ଆବଶ୍ୟକତା ରହିଛି। କିଛି ଲୋକ କହୁଛନ୍ତି ଯେ, ଆମେ ଆମ ମହିଳା ମାନଙ୍କୁ ସର୍ବଦା ଆଗର ରଖୁଛୁ ବୋଲି। ଠିକ୍ ଅଛି କେବଳ ସିଂହୀ ମାନେ ଆଗକୁ ଆସିଛନ୍ତି। ଏତିକିରେ ଆପଣମାନଙ୍କ ଝାଳ ବୋହୁଛି। ତେବେ ଯଦି ଆମେ ସମସ୍ତେ ଏକାଠି ଆସିବୁ ତେବେ କଣ ହେବ ଭାବିନିଅ।
ଆହୁରି କହିଛନ୍ତି ଯେ, ଆମେ ୧୫ କୋଟି ଅଛୁ ୧୦୦ କୋଟି ଉପରେ ଭାରି ପଡ଼ିବୁ। ଓ୍ବାରିସ୍ଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍।
ଫଡନାଭିସ୍ କହିଛନ୍ତି ଯେ, ଓ୍ବାରିସ୍ ଯେପରି ନିଜ ମନ୍ତବ୍ୟ ଦେଇଛନ୍ତି ତାହାକୁ ମୁଁ ଘୋର ନିନ୍ଦା କରୁଛି। କଥା କହିବା ସହ ଓ୍ବାରିସ୍ ଧ୍ୟାନ ଦେବା କଥା ଯେ ୧୦୦ କୋଟିରୁ ଉର୍ଦ୍ଧ୍ବ ହିନ୍ଦୁ ଭାରତରେ ବସବାସ କରନ୍ତି। ଏଥିପାଇଁ ଅଳସଂଖ୍ୟକ ସୁରକ୍ଷିତ ଅଛନ୍ତି ଓ ସ୍ବତନ୍ତ୍ର ମଧ୍ୟ। ହିନ୍ଦୁ ସମାଜ ସହିଷ୍ଣୁ ଅଟେ। ଏଥିପାଇଁ ସମସ୍ତଙ୍କୁ ସାଥିରେ ନେଇ ଚାଲେ ହିନ୍ଦୁ ସମାଜ। ହେଲେ ହିନ୍ଦୁ ସମାଜର ସହିିଷ୍ଣୁତାକୁ ଦୁର୍ବଳତା ଭାବିବା ଠିକ୍ ନୁହେଁ। ତେଣୁ ଓ୍ବାରିସ୍ଙ୍କୁ ହିନ୍ଦୁ ସମାଜ ଓ ପୁରା ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍।
महाराष्ट्र के पूर्व CM देवेंद्र फडणवीस: मुस्लिम देशों में अल्पसंख्यक इस तरह की बदज़ुबानी नहीं कर सकते। हिंदू समाज सहिष्णु है सबको साथ लेकर चलता है लेकिन हिंदू समाज की सहिष्णुता को उसकी कमजोरी न माने। उन्हें हिंदुओं और पूरे समाज से माफी मांगनी चाहिए। https://t.co/ppZOy0YdKt
— ANI_HindiNews (@AHindinews) February 21, 2020
Comments are closed.