ବାପାକୁ ହତ୍ୟା କଲା ପୁଅ

ରାଇରଙ୍ଗପୁର: ବାପାକୁ ହତ୍ୟା କରିଛି ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଡୋଭା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ନାମ ହେଉଛି ଗୋପାଳ ନାଏକ ଏବଂ ହତ୍ୟା କରିଥିବା ଅଭିଯୁକ୍ତ ପୁଅ ହେଉଛି ଜିତେନ ନାଏକ। ହତ୍ୟା ଅଭିଯୋଗରେ ଜିତେନକୁ ପୁଲିସ୍ ଗିରଫ କରିଛି। ସୂଚନା ମୁତାବକ, ଗତକାଲି ଗୋପାଳ ଓ ତାଙ୍କ ପୁଅ ଜିତେନଙ୍କ ମଧ୍ୟରେ ଘରୋଇ କଥାକୁ ନେଇ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ଜୋରରେ ବଢିଯାଇଥିଲା ଯେ, ଜିତେନ ଉତ୍କ୍ଷିପ୍ତ ହୋଇ ଘରେ ଥିବା ଏକ ଠେଙ୍ଗାରେ ବାପା ଗୋପାଳଙ୍କୁ ପିଟି ପିଟି ହତ୍ୟା କରିଥିଲେ।
ପୁଲିସ୍ ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜରି ରଖିଛି। ଅଭିଯୁକ୍ତ ପୁଅ ଜିତେନକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବାଦାମପାହାଡ଼ ଥାନା ଅଧିକାରୀ ଦେବାଶିଷ ଶତପଥୀ କହିଛନ୍ତି।
Comments are closed.