ଟ୍ରାକ୍ଟର ମାଲିକଙ୍କୁ ମାଡ଼ ଅଭିଯୋଗରେ ଉତ୍ତେଜନା

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ରାମଚନ୍ଦ୍ରପୁର ଥାନା ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି । ଅଭିଯୋଗକାରୀ ଏସପିଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ।ପୋଲିସ ଏହାର ତଦନ୍ତ କରୁଛି ।
ସୂଚନାଅନୁସାରେ , ଗତକାଲି ଥାନାର ଏସ୍ଆଇ ବିଶ୍ୱଜିତ ବେହେରା, ବେଆଇନ ବାଲି ଚାଲାଣ ଅଭିଯୋଗରେ ଜଣେ ଟ୍ରାକ୍ଟର ମାଲିକ ରାଜେଶ କୁମାର ଜେନାଙ୍କୁ ଥାନାକୁ ଡାକି ଗାଳିଗୁଲଜ ଓ ମାଡ଼ ମାରିଥିଲେ । ଏଥିସହ ୨୫ ହଜାର ଟଙ୍କା ଫାଇନ୍ କରିବି, କାହାକୁ କହିବୁନି ବୋଲି ମଧ୍ୟ ଏସ୍ଆଇ ତାଙ୍କୁ କହିଥିବା ଟ୍ରାକ୍ଟର ମାଲିକ ଅଭିଯୋଗ କରିଛନ୍ତି ।
କେନ୍ଦୁଝର ଏସ୍ପିଙ୍କ ନିର୍ଦ୍ଦେଶରେ ଏସ୍ଡିପିଓ ଦିଲୀପ ବାଗ ରାମଚନ୍ଦ୍ରପୁରରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ପୁଲିସ୍କୁ ମାଡ଼ ମାରିବାର ଅଧିକାର କିଏ ଦେଲା ବୋଲି ପ୍ରଶ୍ନ କରି ଟ୍ରାକ୍ଟର ମାଲିକଙ୍କ କିଛି ସମର୍ଥକ ଥାନା ସାମ୍ନାରେ ନାରାବାଜି କରିଥିଲେ ।
Comments are closed.