ବିନା ଇସାରାରେ ଗାଡ଼ିରୁ ଗୋଡ କାଢନ୍ତିନି ଟ୍ରମ୍ପ୍, ଅଭେଦ୍ୟ ସୁରକ୍ଷା ପଛରେ କିଏ?

ନୂଆଦିଲ୍ଲୀ: ସପରିବାର ସହ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଗୁଜରାଟର ଅହମ୍ମଦାବାଦରେ ଆସି ପହଞ୍ଚି ସାରିଛନ୍ତି ଡ଼ୋନାଲ୍ଡ ଟ୍ରମ୍ପ୍। ଆମେରିକାର ରାଷ୍ଟ୍ରପତି ଦୁନିଆର ସବୁଠୁ ସୁରକ୍ଷିତ। ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଏମିତି କିଛି ବ୍ୟବସ୍ଥା ରହିଛି, ଯାହାକୁ କେହି ଭେଦିବା ଅତ୍ୟନ୍ତ କଷ୍ଟସାଧ୍ୟ ଏବଂ ଅସମ୍ଭବ ମଧ୍ୟ। ତେବେ ଏହି ଅଭେଦ୍ୟ ସୁରକ୍ଷା ପଛରେ ଯିଏ କାମ କରୁଛି ତାହା ହେଉଛି ‘CCC’। ଏହି ୩ଟି ‘C’ ହେଉଛି ସାଟେଲାଇଟ୍, ସିଆଇଏ ଏବଂ ସୋର୍ସ। ଏହି ୩ଟି ୟୁନିଟ୍ ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଅଭେଦ୍ୟ କରିଦିଏ। ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ସମୟରେ ଯେଉଁ ଗ୍ରାଉଣ୍ଡ ସିକ୍ୟୁରିଟି ଡାଟା ରିପୋର୍ଟ ପ୍ରସ୍ତୁତ କରାଯାଏ, ତାହାର ସତ୍ୟତା ଜାଣିବା ଲାଗି ‘CCC’ ର ସହାୟତା ନିଆଯାଇଥାଏ।
ଟ୍ରମ୍ପ କୌଣସି ଦେଶକୁ ଗସ୍ତ କଲେ ତାଙ୍କର ସୁରକ୍ଷା ଲାଗି ସେଠାକାର ପୁଲିସ, ଗୁଇନ୍ଦା ସଂସ୍ଥା ଯେଉଁ ଗ୍ରାଉଣ୍ଡ ରିପୋର୍ଟ ଦିଅନ୍ତି, ତାହାକୁ ସିଆଇଏ(ଆମେରିକା ଗୁଇନ୍ଦା ସଂସ୍ଥା) ସହଜରେ ଭରସା କରେନାହିଁ। ସାଟେଲାଇଟ୍, ସିଆଇଏ ଏବଂ ସୋର୍ସର ସହାୟତାରେ ଉକ୍ତ ଗ୍ରାଉଣ୍ଡ ରିପୋର୍ଟର ସତ୍ୟତା ପରଖାଯାଏ। ଯେପର୍ଯ୍ୟନ୍ତ ଏହି ୩ଟି ୟୁନିଟ୍ରୁ ସବୁଜ ସଙ୍କେତ ମିଳି ନ ଥାଏ, ସେପର୍ଯ୍ୟନ୍ତ ଟ୍ରମ୍ପ ଗାଡ଼ିରୁ ପାଦ ବି ବାହାରକୁ ବାହାର କରନ୍ତି ନାହିଁ।
Comments are closed.