ଚାଷୀଙ୍କୁ ଗୋଇଠା ମାରିଲେ ସମବାୟ ସମିତର ପୂର୍ବତନ ସଭାପତି
![](https://www.odishalink.com/wp-content/uploads/2020/02/kick.jpg)
କାମାକ୍ଷାନଗର: ଜଗନ୍ନାଥପୁର ସମବାୟ ସମିତ ମଣ୍ଡିରେ ଚାଷୀଙ୍କୁ ଗୋଇଠା ମାରିବା ଭିଡିଓ ଭାଇରାଲ ହୋଇଛି। ସମବାୟ ସମିତର ପୂର୍ବତନ ସଭାପତି ଅଶୋକ ପ୍ରଧାନ ଗୋଇଠା ମାରିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସମିତିରେ ଡାଟା ଏଣ୍ଟ୍ରି କାମ କରୁଥିବା ଅଶୋକଙ୍କ ପୁଅ ମଧ୍ୟ ଧମକ ଦେଇଛନ୍ତି। ଫେବୃଆରୀ ୧୧ରେ ଟୋକନ ସମସ୍ୟା ପଚାରିବା ବେଳେ ଗୋଇଠା ମାରା ଭିଡିଓ ଭାଇରାଲ ହୋଇଛି। କୋରିଆପାଳ ଗୌତମ ସାହୁଙ୍କୁ ବାପ, ପୁଅ ଗୋଇଠା ମାରିଥିବା ଅଭିଯୋଗ ହୋଇଛି। ଭିଡିଓ ଭାଇରାଲ ପରେ ତାଙ୍କୁ ଧମକଚମକ ମିଳୁଥିବା କହିଛନ୍ତି ଗୌତମ।
Comments are closed.