ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ଟ୍ରମ୍ପ୍
ନୂଆଦିଲ୍ଲୀ: ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ହେଉଛି ଅନ୍ତିମ ଦିନ। ଶେଷ ଦିନରେ ସେ ଦିଲ୍ଲୀରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆଜି ସକାଳ ୧୦ଟାରେ ଟ୍ରମ୍ପ ରାଷ୍ଟ୍ରପତି ଭବନ ଯିବେ। ସେଠାରେ ଆନୁଷ୍ଠାନିକ ଭାବେ ତାଙ୍କର ସ୍ୱାଗତ କରାଯିବ। ଏହାପରେ ଟ୍ରମ୍ପ ୧୦ଟା୩୦ରେ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଦେବେ।
ଏହାପରେ ଦିନ ୧୧ଟାରେ ହାଇଦ୍ରାବାଦ ହାଉସ୍ରେ ପହଞ୍ଚିବେ। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବୈଠକ ରହିଛି। ଏହି ଅବସରରେ ୨ ଦେଶ ମଧ୍ୟରେ ବିଭିନ୍ନ ରାଜିନାମାରେ ସ୍ୱାକ୍ଷର ହେବାର ସମ୍ଭାବନା ରହିଛି। ୧୨ଟା ୪୦ରେ ଉଭୟ ନେତା ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ।
ଏହାପରେ ଟ୍ରମ୍ପ ସି.ଇ.ଓ. ରାଉଣ୍ଡ ଟେବୁଲ ପାଇଁ ଆମେରିକା ଦୂତାବାସ ଯିବେ। ଏହାପରେ ସନ୍ଧ୍ୟା ୭.୩୦ରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ। ସେଠାରେ ଟ୍ରମ୍ପଙ୍କ ସମ୍ମାନର୍ଥେ ରାତ୍ର ଭୋଜନର ବ୍ୟବସ୍ଥା ରହିଛି। ଏହାପରେ ରାତି ୧୦ଟାରେ ଆମେରିକା ଫେରିଯିବେ ଟ୍ରମ୍ପ।
Comments are closed.