ହାଇଦ୍ରାବାଦ ହାଉସ୍ରେ ଟ୍ରମ୍ପ୍

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ହାଇଦ୍ରାବାଦ ହାଉସ୍ରେ ପହଞ୍ଚିଛନ୍ତି ଟ୍ରମ୍ପ୍। ହାଇଦ୍ରାବାଦ ହାଉସ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା କରିବେ। ଏହି ଅବସରରେ ୨ ଦେଶ ମଧ୍ୟରେ ବିଭିନ୍ନ ରାଜିନାମାରେ ସ୍ୱାକ୍ଷର ହେବାର ସମ୍ଭାବନା ରହିଛି। ୧୨ଟା ୪୦ରେ ଉଭୟ ନେତା ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ। ଏହାପରେ ଟ୍ରମ୍ପ ସି.ଇ.ଓ. ରାଉଣ୍ଡ ଟେବୁଲ ପାଇଁ ଆମେରିକା ଦୂତାବାସ ଯିବେ।
୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଭାରତରେ ଆଜି ଅନ୍ତିମ ଦିନ। ଏହି ଅବସରରରେ ସେ ଆଜି ସକାଳେ ରାଷ୍ଟ୍ରପତି ଭବନରେ ପହଁଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ତାଙ୍କ ପତ୍ନୀ ଓ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ସ୍ବାଗତ କଲେ। ପରେ ଟ୍ରମ୍ପଙ୍କୁ ଆନୁଷ୍ଠାନିକ ଭାବେ ଗାର୍ଡ ଅଫ୍ ଅନର୍ର ପ୍ରଦାନ କରାଯାଇ ତାଙ୍କର ସ୍ୱାଗତ କରାଯାଇଥିଲ। ଏବଂ ସେଠାରେ ତାଙ୍କୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଏକ ପ୍ରତିମୂର୍ତ୍ତି ପ୍ରଦାନ କରାଯାଇଛି। ଏଥସହ ରାଜଘାଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ମେଲାନିଆ ଟ୍ରମ୍ପ୍ ବୃକ୍ଷ ରୋପଣ ମଧ୍ୟ କରିଛନ୍ତି।