ଏହି ୬ଟି ଶଦ୍ଦ ଟ୍ରମ୍ପ୍ ଭୁଲ୍ ଉଚ୍ଚାରଣ କରିଥିଲେ, ଜାଣନ୍ତୁ…

ଅହମଦାବାଦ: ଗତକାଲି ଅହମଦାବାଦର ମୋଟେରା ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ୍’ କାର୍ଯ୍ୟକ୍ରମରେ ଅଭିଭାଷଣ ଦେବା ସମୟରେ ଟ୍ରମ୍ପ ବଲିଉଡ ଜଗତ ଓ କ୍ରିକେଟକୁ ଖୁବ୍ ପ୍ରଶଂସା କରିଥିଲେ। ଏହା ସହ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ମଧ୍ୟ ପ୍ରଶଂସା କରିଥିଲେ। କିନ୍ତୁ ଟ୍ରମ୍ପ ନିଜ ଅଭିଭାଷଣ ମଧ୍ୟରେ କେତୋଟି ଶବ୍ଦକୁ ଭୁଲ ଉଚ୍ଚାରଣ କରିଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଶଦ୍ଦ ଟ୍ରମ୍ପ୍ ନିଜ ଅଭିଭାଷଣରେ ୬ଟି ଶଦ୍ଦ ଟ୍ରମ୍ପ୍ ଭୁଲ୍ ଉଚ୍ଚାରଣ କରିଥିଲେ।
ସେଗୁଡିକ ହେଲା- ସ୍ବାମୀ ବିବେକାନନ୍ଦଙ୍କ ନାମକୁ ଟ୍ରମ୍ପ ବିବେକାମନମ ବୋଲି କହିଥିଲେ। ପ୍ରାଚୀନ ଶାସ୍ତ୍ର ବେଦକୁ ସେ ବେସ୍ତସ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହିନ୍ଦୀରେ ଚାଇୱାଲା କହିବାକୁ ଯାଇ ଚିୱାଲା କହିଥିଲେ। ସେହିପରି କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ସୁଚିନ ତେନ୍ଦୁଲକର ଏବଂ ବିରାଟ କୋହଲୀଙ୍କୁ ବିରାଟ କୋଲି ବୋଲି କହିଥିଲେ। ଏହା ସହ ଶୋଲେ ପିଲ୍ମକୁ ଶୋଜେ ବୋଲି ଉଚ୍ଚାରଣ କରିଥିଲେ।
Comments are closed.