ଦିଲ୍ଲୀ ହିଂସା: ଶାନ୍ତି ରକ୍ଷା ପାଇଁ ମୋଦୀଙ୍କ ଅପିଲ୍
ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଥମିବାର ନାଁ ଧରୁନାହିଁ। ଏହି ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ପହଞ୍ଚିଛି। ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଦିଲ୍ଲୀବାସୀଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ୍ କରିଛନ୍ତି। ମୁଁ ଦିଲ୍ଲୀର ଭାଇ-ଭଉଣୀମାନଙ୍କୁ ସବୁ ସମୟରେ ଶାନ୍ତି ଏବଂ ଭାଇଚାରା ବଜାୟ ରଖିବା ପାଇଁ ଅପିଲ କରୁଛି। ବର୍ତ୍ତମାନ ସମୟରେ ସ୍ଥିତି ସ୍ବାଭାବିକ ହେବା ଏବଂ ଶାନ୍ତି ଫେରିବା ସବୁଠାରୁ ଗୁରୂତ୍ବପୂର୍ଣ୍ଣ ବୋଲି ମୋଦୀ ନିଜ ଟ୍ବିଟ୍ରେ ଲେଖିଛନ୍ତି।
Peace and harmony are central to our ethos. I appeal to my sisters and brothers of Delhi to maintain peace and brotherhood at all times. It is important that there is calm and normalcy is restored at the earliest.
— Narendra Modi (@narendramodi) February 26, 2020
ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପରିସ୍ଥିତି କିପରି ଅଛି ତାହାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କଲି। ପୁଲିସ ଏବଂ ଅନ୍ୟ ସୁରକ୍ଷା ସଂସ୍ଥାମାନେ ସ୍ଥିତିକୁ ସ୍ବାଭାବିକ କରିବାରେ ଲାଗି ପଡ଼ିଛନ୍ତି ବୋଲି ଅନ୍ୟ ଏକ ଟ୍ବିଟ୍ରେ ମୋଦୀ ଲେଖିଛନ୍ତି।
Had an extensive review on the situation prevailing in various parts of Delhi. Police and other agencies are working on the ground to ensure peace and normalcy.
— Narendra Modi (@narendramodi) February 26, 2020
ସୂଚନା ମୁତାବକ, ନାଗରିକତା ସଂଶୋଧନ ଆଇନକୁ ନେଇ ଗତ ରବିବାରଠାରୁ ଆରମ୍ଭ ହୋଇଥିବା ହିଂସା ମଙ୍ଗଳବାର ରାତି ପର୍ଯ୍ୟନ୍ତ ତୀବ୍ର ଭାବେ ଚାଲିଥିବା ବେଳେ ଏହି ହିଂସାରେ ପ୍ରାୟ ୨୧ ଜଣ ପ୍ରାଣ ହରାଇ ସାରିଛନ୍ତି। ସ୍ଥିତି ଗମ୍ଭୀର ହେବାରୁ ଘଟଣାସ୍ଥଳରେ କେନ୍ଦ୍ରୀୟ ରିଜର୍ବ ପୁଲିସ ବଳ, ସଶସ୍ତ୍ର ପୁଲିସ ବଳ, କେନ୍ଦ୍ରୀୟ ଔଦ୍ୟଗିକ ସୁରକ୍ଷା ବଳ ଗୋକୁଲପୁରୀର ଭାଗିରଥୀ ବିହାରରେ ଫ୍ଲାଗ୍ ମାର୍ଚ୍ଚ କରିଥିଲେ। ଏହା ସହ ସ୍ଥିତିକୁ ଆୟତ୍ତରେ ରଖିବା ପାଇଁ ଆଇଟିବିପି, ବିଏସଏଫ୍ ଏବଂ ସିଆରପିଏଫ୍ ସମେତ ଅର୍ଦ୍ଧସୈନିକ ବଳର ୪୫ଟି କମ୍ପାନିକୁ ମୁତୟନ କରାଯାଇଛି। ଅନ୍ୟ ପକ୍ଷରେ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, ଦିଲ୍ଲୀର ସ୍ଥିତି ପାଇଁ କେନ୍ଦ୍ର ସରକାର ଓ ଗୃହ ମନ୍ତ୍ରୀ ଅମିତ ଶାହା ହିଁ ଦାୟୀ। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପଦରୁ ଶାହା ଇସ୍ତଫା ଦେବା କଥା ବୋଲି ସୋନିଆ କହିଛନ୍ତି।
Comments are closed.