ଶବକୁ ପୁଣି ଅସମ୍ମାନ : ବାଇକରେ ୨୫କିମି ବୁହା ହେଲା ମୃତଦେହ
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ବିଚ୍ଛିନାଞ୍ଚଳରେ ଘଟିଛି ଅମାନବୀୟ ଘଟଣା। ପୋଲିସ ଇନ୍ଫର୍ମ ସନ୍ଦେହରେ ମାଓବାଦୀମାନେ ଜଣଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ନାମ ଦୀନବନ୍ଧୁ ବୋଲି ଜଣାପଡିଛି। ଗତକାଲି ଦୀନବନ୍ଧୁଙ୍କୁ ମାଓବାଦୀମାନେ ଗଳାକାଟି ହତ୍ୟା କରିଥିଲେ। ଏବଂ ହତ୍ୟା ପରେ ରାସ୍ତାରେ ମୃତଦେହ ଫିଙ୍ଗିଯାଇଥିଲେ ।
ମିଳିଥିବା ସୂଚନା ଅନୁସାରେ, ମାଲକାନଗିରି ଯୋଡାମ୍ବା ନିକଟରେ ଥିବା (ବିଏସଏଫ୍) କ୍ୟାମ୍ପ ଠାରୁ ମାତ୍ର ୩ କିମି ଦୂରରେ ଘଟିଛି ଏଭଳି ଘଟଣା। ପୋଲିସ ଇନ୍ଫର୍ମର ସନ୍ଦେହରେ ବ୍ୟବସାୟୀ ଦୀନବନ୍ଧୁଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ବ୍ୟବସାୟୀଙ୍କୁ ହତ୍ୟା ପରେ ରାସ୍ତା କଡରେ ଫିଙ୍ଗି ଦେଇଥିଲେ। ରାସ୍ତା କଡରେ ହତ୍ୟା ପରେ, ତାଙ୍କ ପକେଟ ଭିତରେ ଏକ ହାତ ଲେଖା ଛାଡି ଯାଇଥିଲେ। ଚିଠିରେ ଯୋଡାମ୍ବୋ, ଜନ୍ତୁରାଇ ଓ ସିନ୍ଧିବାଡି ଗାଁରେ ଥିବା ପୋଲିସ ଇନ୍ଫର୍ମର ଓ ପୋଲିସକୁ ସହଯୋଗ କରୁଥିବା ବ୍ୟକ୍ତିମାନଙ୍କୁ ୩ଦିନ ମଧ୍ୟରେ ଜନତା ସମ୍ମୁଖରେ ଆତ୍ମସମର୍ପଣ କରିବାକୁ କହିଛନ୍ତି । ଆତ୍ମସମର୍ପଣ ନକଲେ ପ୍ରଜାକୋର୍ଟରେ ହତ୍ୟା ଦଣ୍ଡ ଦିଆଯିବ ବୋଲି ଚିଠିରେ ଲେଖାଯାଇଛି।
ତେବେ ଦୀନବନ୍ଧୁଙ୍କ ମଙ୍ଗଳବାର ଦିନ ହତ୍ୟା କରି ରାସ୍ତା କଡରେ ଫିଙ୍ଗି ଦେଇଥିଲେ ମାଓବାଦୀ। ଦୁଇ ଦିନ ମୃତଦେହ ପଡିରହିଥିଲେ ମଧ୍ୟ କୌଣସି ସରକାରୀ ସହଯୋଗ ମିଳିପାରିନଥିଲେ। ଶେଷରେ ପରିବାର ଲୋକ ବାଧ୍ୟ ହୋଇ ମୃତଦେହକୁ ବାଇକ ବୋହି ଘରକୁ ଆଣିଥିଲେ। ଯୋଡାମ୍ବୋ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଷ୍ଟ୍ରେଚର ଆଣି ନିଜେ ମୋଟର ବାଇକ ରେ ଶବକୁ ବାନ୍ଧି ୨୫ କି. ମି. ରାସ୍ତାରେ ବାଇକକୁ ଠେଲି ଠେଲି ବହୁତ କଷ୍ଟରେ ଆଣି ଚିତ୍ରକୋଣ୍ଡା ପହଞ୍ଚିଥିଲେ। ମୋଟର ବାଇକ ରେ ନିଆ ଯାଉଛି ଦୀନବନ୍ଧୁଙ୍କ ଶବକୁ।
ସୁରକ୍ଷା ବ୍ୟବସ୍ଥା ପାଖରେ ଥାଇ ବି ଆଜି ଅସୁରକ୍ଷିତ ବୋଲି ଭାବୁଛନ୍ତି ସ୍ଥାନୀୟ ଲୋକେ। ନିଜ ଅଞ୍ଚଳର ବିକାଶ ପାଇଁ ଦୀନବନ୍ଧୁ ବଳି ପଡିଥିବା ବେଳେ, ପୋଲିସ ପକ୍ଷରୁ କୌଣସି ସାହାଯ୍ୟ ନ ମିଳିବାରୁ ବର୍ତମାନ ପୁଣି ଥରେ ବିଚ୍ଛିନ୍ନାଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
Comments are closed.