୯୦ ସ୍କୁଲରେ କଳାପଟା ନାହିଁ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ସତ୍ତ୍ୱେ ବି ରାଜ୍ୟର ଅଧିକାଂଶ ସ୍କୁଲର ଭିତ୍ତି ଭୂମିର ଅଭାବ ରହିଛି। ସବୁଠୁ ବଡ଼ କଥା ହେଲା ଯେ, ରାଜ୍ୟରେ ୯୦ଟି ସ୍କୁଲରେ କଳାପଟା ବି ନାହିଁ। ଏକଥା ଆମେ କହୁନାହୁଁ। ଖୋଦ ବିଭାଗୀୟ ମନ୍ତ୍ରୀ ବୁଧବାର ବିଧାନସଭାରେ ଏନେଇ ତଥ୍ୟ ରଖିଛନ୍ତି।
ଆଜି ମନ୍ତ୍ରୀ ସମୀର ଦାସ ରାଜ୍ୟର ବିଭିନ୍ନ ସ୍କୁଲରେ ଭିତ୍ତିଭୂମି ଅଭାବ ନେଇ ଗୃହରେ ତଥ୍ୟ ରଖିଛନ୍ତି। ତାଙ୍କ ତଥ୍ୟ ଅନୁଯାୟୀ ୫୩,୬୭୦ଟି ସ୍କୁଲରେ ବିଦୁ୍ୟତ ଓ ୩୭,୬୪୫ଟି ସ୍କୁଲରେ ଖେଳପଡ଼ିଆ ନାହିଁ। ସେହିପରି ୩୪,୩୯୪ଟି ବିଦ୍ୟାଳୟରେ ପାଣି ସହିତ ଶୌଚାଳୟର ବ୍ୟବସ୍ଥା ନାହିଁ। ୨୪୫୧ଟି ସ୍କୁଲରେ ଲାଇବ୍ରେରୀ ଓ ୯୦ଟି ସ୍କୁଲରେ କଳାପଟା ବ୍ୟବସ୍ଥା ନାହିଁ। ଏହାଛଡ଼ା ୧୬,୩୬୮ଟି ବିଦ୍ୟାଳୟରେ ପାଚେରୀ ନାହିଁ ବୋଲି ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦସ ଏହି ଉତ୍ତର ରଖିଛନ୍ତି।
Comments are closed.