ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ସପକ୍ଷ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ରବିବାର ଠାରୁ ଆରମ୍ଭ ହୋଇଥିବା ହିଂସା ଘଟଣାରେ ଏଯାବତ୍ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଗତ ବୁଧବାର ସୁଦ୍ଧା ୨୭ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଆଉ ୩ ଜଣଙ୍କର ହସ୍ପିଟାଲରେ ଚିକିତ୍ସିତ ହେବେ ସମୟରେ।ମୃତ୍ୟୁ ଘଟିଛି। ଏବେ ବି ଆହୁରି ୨୦୦ରୁ ଅଧିକ ଆହତ ବ୍ୟକ୍ତି ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ନେଇ ସୂଚନା ମିଳିଛି।
ଦିଲ୍ଲୀରେ ବହୁ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ ହେବା ଏବଂ ଆନ୍ଦୋଳନକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବା ନିର୍ଦେଶ ମିଳିବା ପରେ ଗତ କାଲି ଠାରୁ ହିଂସା ହ୍ରାସ ପାଇଛି। ସେହିପରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଙ୍ଗଳବାର ଏବଂ ବୁଧବାର ହିଂସା ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖି, ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କହିଛନ୍ତି।
ଦିଲ୍ଲୀ ହିଂସା ଘଟଣାରେ ଏଯାବତ ଦିଲ୍ଲୀ ପୁଲିସ ୧୮ଟି ଏତଲା ରୁଜୁ କରିଛି, ୧୦୬ ଜଣଙ୍କୁ ଗିରଫ କରିଛି। ଆଗକୁ ଏହି ହିଂସା ମାମଲାରେ ଅନେକ ଗିରଫ ହେବେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଯିଏ ଅଭିଯୋଗ କରିବାକୁ ଚାହିଁବେ ସିଏ ୧୧୨କୁ ଫୋନ୍ କରି ଅଭିଯୋଗ ଦାୟର କରିପାରିବେ। ଏହାବାଦ୍ ୨୨୮୨୯୩୩୪ ଏବଂ ୨୨୮୨୯୩୩୫ ନମ୍ୱରକୁ କଲ୍ କରି ଅଭିଯୋଗ କରିପାରିବେ।
Comments are closed.