Odisha Link
Bridging the Missing Links in Odisha

ନବୀନ ନିବାସରେ ଅମିତ ଶାହା

ଭୁବନେଶ୍ବର: ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ପୂର୍ବାହ୍ନ ୧୦.୩୫ରେ ଶାହା ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଲୋକସେବା ଭବନ ଯାଇ ସେଠାରେ ପୂର୍ବାଞ୍ଚଳ ପରିଷଦର ବୈଠକରେ ଯୋଗଦେଇଥିଲେ। ବୈଠକ ପରେ ଶାହା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନବୀନ ନିବାସ ଯାଇଛନ୍ତି। ସେଠାରେ ଶାହା ମଧ୍ୟାହ୍ନ ଭୋଜନ କରିବେ ବୋଲି ସୂଚନା ମିଳିଛି । ଶାହାଙ୍କ ସହ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ , ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ,ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ରାମେଶ୍ଵର ଓରାଓଁ ଏବଂ ଅନ୍ୟ ପ୍ରତିନିଧିମାନେ ବି ସାମିଲ ହେବେ।

ମଧ୍ୟାହ୍ନ ଭୋଜନ ପାଇଁ ଭୁବନେଶ୍ୱରସ୍ଥ ଏକ ପଞ୍ଚ ତାରକା ହୋଟେଲରୁ ଖାଦ୍ୟ ଆସିଥିବା ଜଣାଯାଇଛି। ମୋଟ ୧୧ ଜଣ ଭିଭିଆଇପି ଅତିଥିମାନଙ୍କ ପାଇଁ ଖାଦ୍ୟ ଆସି ପହଞ୍ଚିଛି। ମେନୁରେ ଉଭୟ ସାଦା ଓ ଆମିଷ ଖାଦ୍ୟ ରହିଛି। ପ୍ଲେନ ରାଇସ, ଫ୍ରାଏଡ ରାଇସ ସହ ଶୁଦ୍ଧ ଓଡ଼ିଆ ଖାଦ୍ୟ ରହିଛି। ଚିକେନ, ମୋଟନ ଓ ଚିଙ୍ଗୁଡ଼ି ସହ ରହିଛି ପ୍ରାୟ ୫୦ ପ୍ରକାରର ଖାଦ୍ୟ। ରସଗୋଲା, ଚାଉଳ ଖିରି ଓ ହାକା ନୁଡୁଲହ ମଧ୍ୟ ମେନୁରେ ରହିଛି ।

ଏସବୁକୁ ଦେଖିଲେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଗୋଟିଏ ଟେବୁଲରେ ବସି ମଧ୍ୟାହ୍ନ ଭୋଜନ କରିବା ରାଜନୈତିକ ଚର୍ଚ୍ଚାକୁ ଜୋର କରିଛି । ତେବେ ନବୀନଙ୍କ ସହିତ ଶାହା, ମମତା ଓ ନିତିଶଙ୍କ ଗୋଟିଏ ଟେବୁଲରେ ଏକାଠି ହେବା ଘଟଣାକୁ ଔପଚାରିକତା ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ।

Comments are closed.