ମହାରାଷ୍ଟ୍ର: ମୁସଲିମ୍ଙ୍କୁ ଶିକ୍ଷା କ୍ଷେତ୍ରରେ ୫% ସଂରକ୍ଷଣ ପ୍ରସ୍ତାବ, ମଞ୍ଜୁରୀକୁ ଅପେକ୍ଷା

ମୁମ୍ବାଇ: ମୁସଲମାନ ମାନଙ୍କ ପାଇଁ ମହାରାଷ୍ଟ୍ରର ଶିକ୍ଷାନୁଷ୍ଠାନ ମାନଙ୍କରେ ୫% ସଂରକ୍ଷଣ ପ୍ରଦାନ କରାଯିବ। ଏନେଇ ଏକ ନୂତନ ବିଲ୍ ଖୁବ ଶୀଘ୍ର ରାଜ୍ୟ ବିଧାନସଭାରେ ଉପସ୍ଥାପିତ କରାଯିବ ବୋଲି ମହା ବିକାଶ ଆଘାଡି ମେଣ୍ଟ ସରକାରର ଜଣେ ମନ୍ତ୍ରୀ ଆଜି କହିଛନ୍ତି। ବଜେଟ୍ ଅଧିବେଶନରେ ଏହି ବିଲ୍ ଉପସ୍ଥାପିତ ହେବ ବୋଲି ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ନବାବ ମଲିକ୍ ଆଜି ସୂଚନା ଦେଇଛନ୍ତି।
ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଶ୍ରୀ ମଲିକ୍ କହିଛନ୍ତି, ସେମାନେ ଚାକିରିରେ ମଧ୍ୟ ସଂରକ୍ଷଣ ପାଇଁ ଯୋଜନା କରୁଛନ୍ତି। ସରକାର ଏଥିପାଇଁ ଆଇନଗତ ପରାମର୍ଶ ଲୋଡ଼ୁଥିବା ସେ ସୂଚନା ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପୂର୍ବର ସରକାର ସଂରକ୍ଷଣ ବ୍ୟବସ୍ଥା କରାଇନଥିଲେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବର ମେଣ୍ଟ ସରକାରରେ ବର୍ତ୍ତମାନ ଏନ୍ସିପିର ସହଯୋଗୀ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଶିବସେନା ମଧ୍ୟ ଏକ ଅଙ୍ଗ ଥିଲା।
ମରାଠା ଗୋଷ୍ଠୀଙ୍କୁ ସଂରକ୍ଷଣ ଦେବା ନେଇ ହୋଇଥିବା ଆବେଦନକୁ ଗତବର୍ଷ ଜୁନ୍ରେ ବମ୍ବେ ହାଇକୋର୍ଟ କାଏମ ରଖିଥିଲେ। କିନ୍ତୁ ଏହାର ପରିମାଣ ୧୬%ରୁ ୧୩%କୁ ଖସାଇଥିଲେ। ଫଳରେ ଏହା ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ୫୦%ରେ ସୀମିତ ରହିଥିଲା।
Comments are closed.