NZ vs IND: ୨ୟ ଟେଷ୍ଟ ପୂର୍ବରୁ ଭାରତକୁ ଝଟକା, ଆହତ ହେଲେ ଏହି ଖେଳାଳି

ହାଗଲେ ଓଭାଲ: ଆସନ୍ତାକାଲି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ୟ ବା ଅନ୍ତିମ ଟେଷ୍ଟ ମ୍ୟାଚ ଖେଳିବ । ୨ୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି। ପ୍ରଥମ ଟେଷ୍ଟରେ ଭାରତ ପକ୍ଷରୁ ଅଧିକ ଓ୍ବିକେଟ ନେଇଥିବା ଦ୍ରୁତ ବୋଲର ଈଶାନ୍ତ ଶର୍ମା ଆହତ ହୋଇଛନ୍ତି। ଯାହାକୁ ନେଇ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଚିନ୍ତାରେ ପଡିଛନ୍ତି।
ଆହତ ହୋଇଥିବା ହେତୁ ଆଜି ଈଶାନ୍ତ ଶର୍ମା ପଡ଼ିଆକୁ ଅଭ୍ୟାସ କରିବାକୁ ଆସିନଥିଲେ। ଆସନ୍ତାକାଲି ହେବାକୁ ଥିବା ୨ୟ ଟେଷ୍ଟ ମ୍ୟାଚରେ ଈଶାନ୍ତଙ୍କ ଖେଳିବା ନେଇ ସନ୍ଦେହ କରାଯାଉଛି। ଆହତ ହୋଇଥିବା ଈଶାନ୍ତ ଶର୍ମାଙ୍କ ସ୍କାନିଂ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ଯଦି କାଲି ସୁଦ୍ଧା ଈଶାନ୍ତ ଫିଟ୍ ନହୁଅନ୍ତି ତେବେ ଉମେଶ ଯାଦବ କିମ୍ବା ଯୁବ ଦ୍ରୁତ ବୋଲର ନଭଦୀପ ସାଇନିଙ୍କ ମଧ୍ୟରୁ ଜଣେ ଖେଳିବା ସମ୍ଭାବନା ରହିଛି।
Comments are closed.