ଭାଲୁ ଆକ୍ରମଣରେ ମହିଳା ଗୁରୁତର
ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପୋଲାଣଘାଟି ଗ୍ରାମରେ ଜଣେ ମହିଳାଙ୍କୁ ଭାଲୁ ଆକ୍ରମଣ କରିଛି। ମହିଳା ଜଣଙ୍କ ହେଉଛନ୍ତି ଜେମାମଣୀ ମୁଣ୍ଡା । ଜେମାମଣୀଙ୍କ ଅବସ୍ତା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଘଟଗାଁ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପୋଲାଣଘାଟି ଗ୍ରାମର ଜେମାମଣୀ ମୁଣ୍ଡା ଆଜି ସକାଳୁ ଶୌଚ ହେବାକୁ ଯାଉଥିବା ସମୟରେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଜେମାମଣୀଙ୍କ ବାମ ଜଙ୍ଘ ଏବଂ ଅଣ୍ଟାରେ ଗଭୀର କ୍ଷତ ହୋଇଛି। ଗାଁ ନିକଟରେ ଥିବା ହୁଡାରେ ଭାଲୁ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।
Comments are closed.