ରାଜରାସ୍ତାରେ ମହିଳାଙ୍କ ପ୍ରସବ
ଭଦ୍ରକ: ରାଜ ରାସ୍ତାରେ ପ୍ରସୂତୀଙ୍କ ପ୍ରସବ କରିଛନ୍ତି। ଏପରି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବନ୍ତ ଛକଠାରେ।
ମିଳିଥିବା ସୂଚନା ଅନୁସାରେ, ମହିଳା ଜଣକ ବିକୃତ ମସ୍ତିଷ୍କର ଅଟନ୍ତି। ସେ ସବୁବେଳେ ବନ୍ତ ଛକ ସହ ସହରର ଚାରିଆଡେ ବୁଲିଥାନ୍ତି। ଏଭଳି ଅସହାୟତାର ସୁଯୋଗ ନେଇ କେହି ଦୁର୍ବୃତ୍ତ ମହିଳା ଜଣଙ୍କୁ ଦୁଷ୍କର୍ମ କରିଥିବାରୁ ସେ ଗର୍ଭବତୀ ଥିଲେ। ଫଳରେ ଆଜି ଏହି ପ୍ରସୂତୀ ମହିଳା ଜଣଙ୍କ ଜନଗହଳିପୂର୍ଣ୍ଣ ବନ୍ତ ଛକ ନିକଟରେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସାମାଜିକ ସଙ୍ଗଠନର ସଦସ୍ୟ ମହିଳାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଥିଲେ।
ଗତକାଲି ବିଳମ୍ବିତ ରାତିରେ ହଠାତ୍ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଏହାପରେ କୌଣସି କାରଣ ବଶତଃ ସେ ବିଚ୍ ରାସ୍ତାରେ ସେ ଏକ ଶିଶୁ ପୁତ୍ର ପ୍ରସବ କରିଥିଲେ। ଏନେଇ ସ୍ଥାନୀୟ ଲୋକେ ଖବର ପାଇ ଉଭୟ ମା’ ଓ ଶିଶୁ ପୁତ୍ରକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରିଛନ୍ତ। ସେଠାରେ ଉଭୟ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ଏହି ମହିଳା ଜଣକ ବିକୃତ ମସ୍ତିସ୍କ ହୋଇଥିବାରୁ, ତାଙ୍କର ପରିଚୟ ମିଳି ପାରିନାହିଁ।
Comments are closed.