Odisha Link
Bridging the Missing Links in Odisha

ଭିକାରି ମୁକ୍ତ ହେବ ପୁରୀ ସହର

ପୁରୀ: ପୁରୀ ସହର ତଥା ଏହାର ଆଖପାଖ ଅଞ୍ଚଳକୁ ଭିକାରି ମୁକ୍ତ କରିବା ସହ ସେମାନଙ୍କର ପୁନର୍ବାସ କରିବାକୁ ନୀଳାଦ୍ରି ନିଳୟ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ସହରକୁ ଭିକାରି ମୁକ୍ତ କରାଯାଇ ସେମାନଙ୍କୁ ଥଇଥାନ କରାଯିବ। ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଏହି ଯୋଜନା ଆରମ୍ଭ ହୋଇଛି।

ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ୮ଟିି ନୀଳାଦ୍ରି ନିଳୟ ଭିକାରି ପୁନର୍ବାସ ଗୃହ କାର୍ଯ୍ୟ କରିବ। ପ୍ରତି ଗୃହରେ ୫୦ଜଣ ଭିକାରିଙ୍କ ରହିବା ସହ ଖାଇବା ପାଇଁ ବ୍ୟବସ୍ଥା ହେବ। ଏହା ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ଗତକାଲି ଏନେଇ ଜିଲ୍ଲାପାଳ ବଲଓ୍ୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବୈଠକରେ ଅନେକ ସ୍ୱେଚ୍ଛାସେବୀ ସଂଗଠନରେ କର୍ମକର୍ତ୍ତାଙ୍କ ସହ ସରକାରୀ କର୍ମଚାରୀ ଯୋଗ ଦେଇଥିଲେ।

Comments are closed.