Odisha Link
Bridging the Missing Links in Odisha

ପବନ ଗୁପ୍ତାର କ୍ୟୁରେଟିଭ୍ ପିଟିସନ ଖାରଜ

ନୂଆଦିଲ୍ଲୀ: ଆସନ୍ତାକାଲି ନିର୍ଭୟା ମାମଲାର ୪ ଦୋଷୀଙ୍କୁ ହୋଇପାରେ ଫାଶୀ। ନିର୍ଭୟା ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ୍ ପିଟିସନ ଖାରଜ ହୋଇଯାଇଛି। ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବା ପାଇଁ ଆବେଦନ କରିଥିଲା ପବନ। ଯାହାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ତେଣୁ କାଲି ଫାଶୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଅନ୍ୟପଟେ ଦୋଷୀ ଅକ୍ଷୟ ସିଂହ ଗତ ଶନିବାର ରାଷ୍ଟ୍ରପତିଙ୍କ ନିକଟକୁ ପୁଣି ଥରେ ଏକ ରାଜକ୍ଷମା ଆବେଦନ କରିଛି। ପୂର୍ବରୁ ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ ହୋଇସାରିଥିଲେ ହେଁ ସେତେବେଳେ କାଗଜପତ୍ର ଠିକ୍ ନ ଥିବା ଦର୍ଶାଇ ପୁନର୍ବାର ଆବେଦନ କରିଛି। ତେଣୁ ରାଜକ୍ଷମା ଖାରଜ ହେବା ପରେ ଫାଶୀ ହେବା ଥୟ।

Comments are closed.