Odisha Link
Bridging the Missing Links in Odisha

ସୁରଙ୍କ ଧମକ, ପଦ୍ମନାଭଙ୍କ ଜବାବ

ଭୁବନେଶ୍ବର: ନୂଆ ଟ୍ରାଫିକ ନିୟମ ଓ ଟ୍ରାଫିକ ସମସ୍ୟାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ଏକ ପ୍ରେସମିଟ କରିଛନ୍ତି। ଶ୍ରୀ ରାଉତରାୟ କହିଛନ୍ତି ଯେ, ପୋଲିସ ଜନ ସାଧାରଣଙ୍କ ଉପରେ ଯେଉଁ ଅତ୍ୟାଚାର କରିଥିବା ଅଭିଯୋଗ ଆସିଛି। ଜବରଦସ୍ତ ଖରାପ ବ୍ୟବହାର କରି ଯେଉଁଭଳି ପରିସ୍ଥିତି ସୃଷ୍ଟିକରାଯାଇଛି। ମାଟ୍ରିକ ପରୀକ୍ଷାଚାଲିଛି, କିଏ ହସ୍ପିଟାଲ ଯାଉଛି, ମା ଭଉଣୀ ମାନଙ୍କ ପ୍ରତି ଅତି ଖରାପ ବ୍ୟବହାର କରାଯାଇଛି। ବାଟରେ ଅଟକାଇ କଣ ହିଟଲର ରାଜ। ଏ ସିଷ୍ଟମ ବନ୍ଦ କରିବାକୁ ସରକାରଙ୍କୁ ଚେତାବନୀ ଦେଉଛି କଂଗ୍ରେସ। ନହେଲେ ରାଜ୍ୟବ୍ୟାପି ଆରଟିଓ ଅଫିସ ଓ କମିଶନରେଟ ଅଫିସ ଘେରାଓ କରିବାକୁ କଂଗ୍ରେସ। ବେକାରୀ ବଢ଼ିଛି, ନିଯୁକ୍ତି ନାହିଁ ଧମକଦେଇ ଟଙ୍କା ଆଦାୟ କରିବା ଚଳିବ ନାହିଁ। ଆରଟିଓ ଅଫିସରେ କର୍ମଚାରୀ ନାହାଁନ୍ତି, ପାର୍କିଙ୍ଗ୍ ଓ ଆନୁସଙ୍ଗିକ ବ୍ୟବସ୍ଥା ନଥିବା ବେଳେ ଏ ଫାଇନ ଅତ୍ୟାଚାର। ଭୁଲ ଥିଲେ ବୁଝାଇ ସୁଝାଇ କାମ କରନ୍ତୁ। ଲୋକଙ୍କୁ ନିୟମ ମାନିବାକୁ ଅପିଲ କରନ୍ତୁ।
ସେପଟେ ସୁରଙ୍କ କଥାର ଜବାବ ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଶ୍ରୀ ବେହେରା କହିଛନ୍ତି ଯେ, ଖରାପ ବ୍ୟବହାରକୁ ଆମେ ସମର୍ଥନ କରିବୁନି। ନୂଆ ଆଇନକୁ ମାନନ୍ତୁ । କିପରି ଲୋକମାନଙ୍କୁ ଭଲ ବ୍ୟବହାର ଦେଖାଇବେ ସେଥିପାଇଁ ସରକାରଙ୍କ ତରଫରୁ ସମସ୍ତ ଆରଟିଓ ମାନଙ୍କୁ କୁହାଯାଇଛି। ନୂଆ ଆଇନ ଲାଗୁ ହେବା ପରେ ଦୁର୍ଘଟଣା ପ୍ରାୟ ୫୦% କମିଛି।

Comments are closed.