Odisha Link
Bridging the Missing Links in Odisha

ଖିଲାଡି ବୟ ଅକ୍ଷୟଙ୍କୁ ଟ୍ରାଫିକ ପାଠ ପଢାଇଲେ ଡିସିପି ସାଗରିକା, କାହିଁକି ଜାଣନ୍ତୁ

ଭୁବନେଶ୍ବର: ବଲିଉଡର ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ଟ୍ରାଫିକ୍‌ ପାଠ ପଢ଼ାଇଳେ ଟ୍ରାଫିକ ଡିସିପି ସାଗରିକା ନାଥ। ନିକଟ ଅତିତରେ ଅକ୍ଷୟ କୁମାର ନିଜର ଫିଲ୍ମ ସୂର୍ଯ୍ୟବଂଶୀର ଟ୍ରେଲରକୁ ନିଜ ଟ୍ବିଟର ଆକାଉଣ୍ଟ ଜରିଆରେ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ବାଇକରେ ଅନେକ ଷ୍ଟଣ଼୍ଟ ଦେଖାଉଥିଲେ। ହେଲେ ଷ୍ଟଣ୍ଟ କରିବା ସମୟରେ ହେଲମେଟ ପିନ୍ଧି ନଥିବା ନଜରରେ ଆସିଛନ୍ତି ଅକ୍ଷୟ।

ଡିସିପି ସାଗରିକା ଏହି ଟ୍ରେଲରକୁ ରିଟ୍ବିଟ କରିବା ସହ ଏହା ଯୁବ ବର୍ଗ ପାଇଁ ନକରାତ୍ମକ ସନ୍ଦେଶ ବୋଲି କହିଛନ୍ତି। ମୁଁ ଆପଣଙ୍କର ଅନେକ ଚଳଚ୍ଚିତ୍ର ଦେଖିଛି ଏବଂ ଫିଲ୍ମକୁ ପସନ୍ଦ କରେ ମଧ୍ୟ। କିନ୍ତୁ ହେଲମେଟ ନପିନ୍ଧି ଷ୍ଟଣ୍ଟ ପ୍ରଦର୍ଶନ କରିବା ଏହା ଭୁଲ ବାର୍ତ୍ତା। ତେଣୁ ଆସନ୍ତୁ ଆଗାମୀ ଦିନରେ ସମସ୍ତେ ମିଶି ମୃତ୍ୟୁର ମାତ୍ରା କମାଇବାକୁ ସଚେତନତା କରିବା ବୋଲି ସାଗରିକା ଟ୍ବିଟରରେ ଦର୍ଶାଇଛନ୍ତି।

Comments are closed.