Odisha Link
Bridging the Missing Links in Odisha
Daily Archives

March 4, 2020

ଅନୁଗୁଳ ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ…

ଅନୁଗୁଳ: କିଶୋରନଗର ହଣ୍ଡପା ଥାନା କମରେଇ ଗାଁ ପାଖରେ ପ୍ରୋପେନ ବୋଝେଇ ଗ୍ୟାସ ଟ୍ୟାଙ୍କର ଓଲଟି ପଡିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛ। ଗ୍ୟାସ ଲିକ ଯୋଗୁଁ ୫ଟି ଗାଁରେ ଆତଙ୍କ ଖେଳିଯାଇଛି। ଘଟଣାସ୍ଥଳରୁ ୨ କିଲୋମିଟର ଭିତରେ ରୋଷେଇ ବନ୍ଦ ଅଛି । କାଲି ସନ୍ଧ୍ୟାରୁ ଘରେ ଚୁଲି ଜଳିନାହିଁ। ପ୍ରଶାସନ,…

କରୋନା ପାଇଁ ଘୁଞ୍ଚିପାରେ ଟୋକିଓ…

ଟୋକିଓ : ଆସନ୍ତା ଜୁଲାଇ ୨୪ରୁ ଜାପାନର ଟୋକିଓରେ ଅଲିମ୍ପିକ୍ସ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ମାତ୍ର ଏବେ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ ଯୋଗୁଁ ଅଲିମ୍ପିକ୍ସ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଆୟୋଜକ ଜାପାନ ଚାହିଁଲେ ଟୋକିଓ ଅଲିମ୍ପିକ୍ସ…

ସୂର୍ଯ୍ୟ ମନ୍ଦିରର ଲେଜର ସ୍କାନିଂ ଆରମ୍ଭ

କୋଣାର୍କ: ଏଏସଆଇ ପକ୍ଷରୁ କୋଣାର୍କ ମନ୍ଦିରର ସ୍ଥିତାବସ୍ଥା ଯାଞ୍ଚ କାମ ପୁଣି ଆରମ୍ଭ ହୋଇଛି। ମନ୍ଦିରର ମୂଳରୁ ଚୂଳ ଯାଏଁ ବିଭିନ୍ନ ଅଂଶକୁ ବିଶେଷଜ୍ଞମାନେ ଡ୍ରୋନ କ୍ୟାମେରା ଜରିଆରେ ଲେଜର ସ୍କାନିଂ କରିଛନ୍ତି। ପ୍ରତି ପୀଢି, ପୋଟଳ ଓ ଚୂଡାର ବିଭିନ୍ନ ଅଂଶର ଫଟୋ ଡ୍ରୋନ ସହାୟତାରେ ଉଠାଯାଇଛି। ଡ୍ରୋନ…

ସେନା ଶିବିରରେ ଅଗ୍ନିକାଣ୍ଡ; ୧ ଯବାନ…

ଶ୍ରୀନଗର : କାଶ୍ମୀର କୁପଓ୍ବାଡା ଜିଲ୍ଲା ସେନା ଶିବିରରେ ଗତକାଲି ସନ୍ଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ଜଣେ ଯବାନ ଜଳି ଯାଇଛନ୍ତି। ଏହି ଅଗ୍ନିକାଣ୍ଡରେ ତିନୋଟି ନିର୍ମାଣ, ଦୁଇଟି ଗାଡି ଏବଂ ଅନେକ ତେଲ ଟ୍ୟାଙ୍କର ପୋଡି ପାଉଁଶ ହୋଇଯାଇଛି। ଏ ନେଇ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି…

ପାରାଦୀପର କରୋନା ସନ୍ଦିଗ୍ଧ ଦମ୍ପତିଙ୍କ…

ପାରାଦୀପ: ଓଡ଼ିଶାରେ କରୋନା ଚିହ୍ନଟ ହୋଇନି, କିନ୍ତୁ କରୋନା ଭୟ ରାଜ୍ୟବାସୀଙ୍କୁ ଘାରିଛି। ଗତକାଲି ପାରାଦୀପରେ ଲାଗିଥିବା ଏକ ଜାହାଜରେ ୨ ଜଣ ଅସୁସ୍ଥ ହେବାକୁ ନେଇ ଦେଖାଦେଇଛି ଭୟ। ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସିଥିବା ଜାହାଜର ଏହି ଦମ୍ପତିଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ସିଙ୍ଗାପୁରରୁ…

ମଝି ଚିଲିକାରେ ଅଟକିଲା ଡଙ୍ଗା

କୃଷ୍ଣପ୍ରସାଦ: ମଝି ଚିଲିକାରେ ଯାତ୍ରୀବାହୀ ଡଙ୍ଗାରେ ଫସି ରହିଛନ୍ତି ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ। ସେମାନଙ୍କ ମଧ୍ୟରେ ୩୦ଜଣ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଥିବା ଜଣାପଡିଛି। ଜହ୍ନିକୁଦାଠାରୁ ସାତପଡ଼ା ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ଡଙ୍ଗା। ଡଙ୍ଗାର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଅଟିକିଥିବା ସୂଚନା…

କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳର ଆଜି(ବୁଧବାର) ସକାଳ ୯ଟା ୩୦ ମିନିଟରେ ବୈଠକ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି। କୋରୋନା ଭାଇରସର ସ୍ଥିତି ଓ ଦିଲ୍ଲୀ ହିଂସାକୁ ନେଇ ଏହି ବୈଠକରେ ଚର୍ଚ୍ଚା କରାଯିବ ବୋଲି ସୂଚନା ରହିଛି।

ମଧ୍ୟପ୍ରଦେଶ ରାଜନୀତି: ରାତି ଅଧରେ…

ଗୁରୁଗ୍ରାମ: ମଧ୍ୟପ୍ରଦେଶରେ ପୁଣିଥରେ ଆରମ୍ଭ ହେଲା ରାଜନୈତିକ ହଟଚମଟ। ରାତିଅଧରେ ଚାଲିଲା ହାଇଭୋଲଟେଜ ଡ୍ରାମା। ଏପରିକି ବିଜେପି ମଧ୍ୟରାତ୍ରିରେ କଂଗ୍ରେସ ବିଧାୟକ ଓ ବିଏସପି ବିଧାୟକଙ୍କୁ ନେଇ ଗୁରୁଗ୍ରାମର ଏକ ହୋଟଲେରେ ଅଟକ ରଖିଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏଥିସହିତ କଂଗ୍ରେସ ଅଭିଯୋଗ କରିଛି…

ରାଜ୍ୟରେ ବର୍ଷା ସହ ମାରିବ ଘଡ଼ଘଡ଼ି, ୧୦…

ଭୁବନେଶ୍ବର: ଆଜି ରାଜ୍ୟର ୧୦ ଜିଲ୍ଲାରେ ସ୍ୱଳ୍ପ ବର୍ଷା ହେବ। ଏହାସହ ଘଡ଼ଘଡ଼ି ମାରିବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୮ଟା ୧୫ଯାଏ ସତର୍କ ରହିବାକୁ ଏହି ସବୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି। ପରିସ୍ଥିତିକୁ ନଜରରେ ରଖି ୫ ଦିନ…