କରୋନା ପାଇଁ ବନ୍ଦ ହେବନି ସ୍କୁଲ୍ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଏବେ ବିଶ୍ବକୁ ଘାରିଛି କରୋନା ଭୟ। କରୋନାରେ ମୃତ୍ୟୁ ସଂଖ୍ୟା ୩୨୦୩ ଛୁଇଥିବା ବେଳେ ୯୩,୧୯୧ ଜଣ ଆକ୍ରାନ୍ତ ଅଛନ୍ତି। ଭାତରେ ୨୧ ଜଣ କରୋନାରେ ଆକ୍ରାନ୍ତ ଥିବା ନେଇ ସୂଚନା ମିଳିଛି। କରୋନା ନେଇ ରାଜ୍ୟରେ ସ୍କୁଲ୍ ବନ୍ଦ ଉପରେ ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରତିକ୍ରିୟା ଦେଇଛନ୍ତି ଯେ, କରୋନା ନେଇ ସ୍କୁଲ୍ ମାନଙ୍କୁ ପୂର୍ବରୁ ଆଲର୍ଟ କରାଯାଇଥିଲା। ଅନ୍ୟ ରାଜ୍ୟରେ କରୋନା ହୋଇଛି, ଆମ ରାଜ୍ୟରେ ଏ ପର୍ଯ୍ୟନ୍ତ କେହି କରୋନା ଆକ୍ରାନ୍ତ ନାହାନ୍ତି। ଆମ ରାଜ୍ୟରେ କରୋନା ଆକ୍ରାନ୍ତ ନଥିବାରୁ ଏବେ ସ୍କୁଲ୍ ବନ୍ଦ ହେବାର ସମ୍ଭାବନା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
ଓଡ଼ିଶାରେ କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଡିଏମଟି ପ୍ରମୁଖ ଉପସ୍ଥିତ ରହି ବୈଠକରେ ବିଭାଗୀୟ ଅଧିକାରୀଙ୍କ ସହ କରୋନା ମୁକାବିଲା ନେଇ ଆଲୋଚନା କରାଯାଇଥିଲା। ବୈଠକ ପରେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ, କରୋନା ନେଇ ଲୋକଙ୍କୁ ସଚେତନ କରିବା ବିଷୟରେ ବୈଠକରେ ଆଲୋଚନା କରାଯାଇଛି। ଅନ୍ୟ ରାଜ୍ୟରେ ପଜିଟିଭ ମିଳିଛି। ଏନେଇ ରାଜ୍ୟ ସରକାର ସଚେତନ ଅଛନ୍ତି। ଏଯାବତ ୧୧୫ଟି ଜଣଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି। ପାରାଦୀପରୁ ଗତକାଲି ଆସିଥିବା ଦମ୍ପତ୍ତିଙ୍କ ନମୁନା କରୀକ୍ଷା ପାଇଁ ପଠାଯାଇଥିବା ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି।
Comments are closed.